ନଜର ପଡନ୍ତେ
ନଜର ପଡନ୍ତେ
କବିତା - ନଜର ପଡନ୍ତେ
ରଚନା - ପଞ୍ଚାନନ ଜେନା
ତାରିଖ -୧୧-୦୩-୨୦୨୬
++++++++++++++++
ଦୂରେ ଚକ୍ରବାଳେ
ନୀଡ଼ ଫେରନ୍ତା ପକ୍ଷୀଦଳର କାକଳୀ
ନଜର ପଡନ୍ତେ
ମୋ ଭିତରେ ପେଁ ପେଁଇ ବାଜିଯାଏ ପେଁକାଳି
ଗୋଟେ ଅଫୁରନ୍ତ ଖୁସିର ଉଡନ୍ତା ଲହରୀ ହାବାଳି
ଭୋଜି ଭାତର ଗହଳି ଚହଳି
ମେଳା ମହୋତ୍ସବର ଭିଡ ଅର୍ଗଳି
ନଜର ପଡନ୍ତେ
ତୁମ ମଲ୍ଲୀ ଫୁଲିଆ ମୃଣାଳିନୀ ମୁଁହ ପଖାଳି
ମୋ ଭିତରେ ଟପ୍ ଟପେଇ ଯାଏ ବର୍ଷା କାହାଳି
ଛମ୍ ଛମ୍ ଶ୍ରାବଣ ମାସିଆ ଭିଜା ଶିଉଳି
ତୁମ ସୁରଭିରେ ଭିଜି ଯାଏ
ଫୁଟି ଯାଏ ମଲ୍ଲୀ ମାଳତୀ ସେବତୀର ଦରଫୁଟା କଳି
ଛ'ଦିନେ ନ'ଦିନେ ସ୍ବପ୍ନ ମଣ୍ଡଳି
ଅଦିନିଆ ମନ୍ଦିର ବାହାଘର ପରି ସରପୁଳି
ନଜର ପଡ଼ନ୍ତେ
ତୁମ ମୁରୁକି ହସନ୍ତ ବସନ୍ତର ଆଗମନୀ ଦୀପାଳୀ
ମୋ ଭିତରେ ଝପ ଝପେଇ ଯାଏ ଖୁସି ହରକୁଳି
ଝୁମ ଝୁମେଇ ଯାଏ ଅତୀତର ସୁନେଲି ରୂପେଲି ବରକୋଳି
ତୁମ ପ୍ରୀତିଭାଙ୍ଗର ଅସ୍ତରାଗରେ ବୁଡିଯାଏ
ଆଜାନୁ ଲମ୍ବିତ ପାଟଶାଢୀର ମାୟାରେ
ଖୋଲିଦିଏ ଶ୍ରଦ୍ଧାଦ୍ଵାର ଗିରି ଧଉଳି
ନିଦ ଭାଙ୍ଗିବା ବେଳକୁ କେବଳ
ଚେନାଏ ମନ ଆକାଶରେ ଡେମ୍ଫାଏ ଝରା ଶେଫାଳି

