ଚିତ୍ର ଚରିତ -23 : କବିତା: ମୋ ପ୍ରେମିକା
ଚିତ୍ର ଚରିତ -23 : କବିତା: ମୋ ପ୍ରେମିକା
କାଗଜ ମୋ କହୁ କିବା କଲମ ମୋ କହୁ,
ତୁମ ନାମକୁ ଲେଖିଲେ ଝରିପଡେ଼ ମହୁ |
ତୁଣ୍ଡରେ ମୁଁ କହେ ଅବା ମନରେ ମୁଁ କହେ,
ହୃଦୟ କହୁଛି ଖାଲି ତୁମକୁ ମୁଁ ଚାହେଁ |
ବହୁଦୂରେ ହେଉ ଅବା ଅତି ପାଶେ ହେଉ-
ତୁମ ରୂପ ମୋ ଆଗରେ ଜଳେ ଦାଉଦାଉ |
କାଗଜ ମୋ କହୁ କିବା କଲମ ମୋ କହୁ |
ଜହ୍ନରେ ମୁଁ ଦେଖେ ପୁଣି ଫୁଲରେ ମୁଁ ଦେଖେ,
ତୁମ ନାମ ଧରି ତାଙ୍କୁ ପାଖକୁ ମୁଁ ଡାକେ |
ନିରୋଳାରେ ଥାଏ କିବା ଚେଇଁ ରହିଥାଏ,
କିଏ ଡାକିଦେଲେ ତୁମ ନାମ ଶୁଣାଯାଏ |
ତୁମବିନା ଅସହାୟ ସବୁ ଥାଉଁଥାଉଁ |
କାଗଜ ମୋ କହୁ କିବା କଲମ ମୋ କହୁ |

