STORYMIRROR

DEEPAK KUMAR PATRA

Romance

4  

DEEPAK KUMAR PATRA

Romance

ମିତାଶ୍ରୀ -୧

ମିତାଶ୍ରୀ -୧

1 min
221

ଆଶାର ପୁରବୀ ପ୍ରୀତିର ବଲ୍ଳଭି 

ପ୍ରେମର ଚଉହଦି ଟିଏ

ପ୍ରୀତିର ସୂତା ଖିଅରେ

ଗଢି ଉଠିଥିବା ତୁମ ଆମ

ନାମ ବିହୀନ ସମ୍ପର୍କଟିଏ.....।।

ଜାଣେନା ,ଏଇ ଆମ ସମ୍ପର୍କକୁ

କେଉଁ ଆକାରରେ ମୁଁ ଯେ

ସଂଜ୍ଞା ଦେଇ ଧାର୍ଯ୍ୟ କରିବି

ମୁଁ ତ୍ ଗୋଟେ ଅପଦାର୍ଥ

ହୃଦୟହୀନ ବ୍ୟକ୍ତିଟିଏ

ମୁଁ କିବା ୟାର ପରିଭାଷାକୁ ବୁଝିପାରିବି.....।।

ସତରେ, କ'ଣ ଏଇ ପ୍ରେମ

କାହାରିକୁ ଦେଖାଯାଉନି ?

ନା.....ଦେଖି ପୁଣି ଅଣଦେଖା କରାହେଉଛି

ବୋଧହୁଏ ପ୍ରେମର ଅସ୍ତିତ୍ବ ହିଁ ନାହିଁ

ସେଇ ଭଞ୍ଜ, ମାନସିଂହ ସାହିତ୍ୟେ ରେ ହିଁ

ପ୍ରେମ କେବଳ ଜୀବିତ ଅଛି କି ....??

ମୋର ପ୍ରେମ ଯେ କେବଳ 

ତୁମ ପାଇଁ ହିଁ ମିତାଶ୍ରୀ 

ତୁମର କାଉଁରୀ ସ୍ପର୍ଶରେ ଯେ 

ପ୍ରସ୍ଫୁଟିତ ହେବ ମୋର

ମନ ରାଇଜର ପ୍ରେମର ଗୋଲାପ 

କେବଳ ତୁମରି ଉପସ୍ଥିତିରେ .......।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance