STORYMIRROR

DEEPAK KUMAR PATRA

Abstract Romance

4  

DEEPAK KUMAR PATRA

Abstract Romance

ନିରବତାର ସ୍ୱର

ନିରବତାର ସ୍ୱର

1 min
12

ଏଇ ରାତିର ନୀରବତା

ଅନେକ କଥା କୁହେ

ଆକାଶରେ ଜହ୍ନ ଲୁଚିଗଲେ

ମନର କୋହ ଲୁହ ହେଇ ବହେ…..।

ଏଇ ପଥ ର ନିସ୍ତବ୍ଧତା

ଅନେକ କଥା କୁହେ

କେତେ ଯେ ସୁଖ ଆଉ ଦୁଃଖର

ପ୍ରତିଟି ମୁହୂର୍ତ୍ତକୁ ସାକ୍ଷାତ କରାଏ……।

ଏଇ ଶୂନଶାନ ରାସ୍ତାର ପଦଚିହ୍ନ

ଅନେକ କଥା କୁହେ,

ସମୟ ସହ ସେହି ଦିନ,ବର୍ଷ ଓ ମାସ ର ସ୍ମୃତିକୁ

ହୃଦୟରେ ବନ୍ୟା କରି ଅଜାଡି ଦେଇଯାଏ….।

ଏଇ ଜୀବନର ଚୋରାବାଲିରେ

କେତେ ଋତୁ ଆସିଥାଏ

ସେଇ ଋତୁରେ କିଛି ସ୍ମୃତି ହୁଏ

ଆଉ କିଛି ମୁହୂର୍ତ୍ତ ଜୀବନ୍ତ ହୋଇ ରହିଯାଏ……।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract