STORYMIRROR

DEEPAK KUMAR PATRA

Romance Tragedy Thriller

4  

DEEPAK KUMAR PATRA

Romance Tragedy Thriller

ମନିକାର ଅପେକ୍ଷା 2.0

ମନିକାର ଅପେକ୍ଷା 2.0

1 min
18

ତୁମ ଆସିବାର ଠିକ ଠିକଣା ନାହିଁ

ତଥାପି ଜାଣେନା ମନିକା

ମୋ ଆଖିରେ ଏତେ ଅପେକ୍ଷା କାହିଁକି ....?

ତୁମେ ଆସିବି ଆସିବି କହି

କଥାଦେଇ ପ୍ରତାରଣା କରିଚାଲିଛ

ତଥାପି, ଜାଣେନା

ମୋ ମନରେ ଏତେ ଭରସା କ’ଣ ପାଇଁ ?....?

ତୁମେ ମୋ ଅସମାହିତ ପ୍ରଶ୍ନର 

ଗୋଟିଏ ମାତ୍ର ଉତ୍ତର

ତଥାପି, ଜାଣେନା

ମୋ ମନରେ ଏତେ ପ୍ରଶ୍ନ କାହିଁକି ?......?

ତୁମ ଉପରେ ମୋ ସବୁ ସମସ୍ୟାର 

ସମାଧାନ ଯେ ନିହିତ ଅଛି

ତଥାପି, ଜାଣେନା

ଏ ହୃଦୟ ସମାଧାନ ଖୋଜେ କ’ଣ ପାଇଁ ?....?

ତୁମର ସାଧନାରେ ମୁଁ ଅବିରତ ଲାଗିରହିଛି

ସକାଳ ଠୁ ସଞ୍ଜ ଯାଏଁ

ତଥାପି ଜାଣିନି, ମନିକା

ତୁମର ମୋ ପ୍ରତି ଏତେ ଅଣଦେଖା କ’ଣ ପାଇଁ…..?

ଏତେ ଭଲପାଇବା ଦେଇ ବି 

ତୁମ ପାଖରେ ନିଜକୁ ଏକାକାର କରି ବି

କେଜାଣି, କାହିଁକି

ମତେ ନିଜଠୁ ଦୁରେଇ ଦେଉଛ 

ଯେତେ ତୁମ ପାଖକୁ ଗଲେ 

ମୁହଁ କାହିଁ ଫେରେଇ ନେଉଛ……?





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance