STORYMIRROR

DEEPAK KUMAR PATRA

Romance Tragedy

4  

DEEPAK KUMAR PATRA

Romance Tragedy

ମିତାଶ୍ରୀ ତୁମେ

ମିତାଶ୍ରୀ ତୁମେ

1 min
20

ପ୍ରିୟ ମିତାଶ୍ରୀ,

ଏଇ ମୋର ସାଧାରଣ ଜୀବନରେ

ଅନେକ ଅସମାହିତ ପ୍ରଶ୍ନ ଆଉ ସମସ୍ୟା

ସେଇଥିରୁ ତ ନିସ୍ତାର ନାହିଁ

ଏଇ ସମସ୍ୟା ଆଉ ପ୍ରଶ୍ନର ଉତ୍ତର ଖୋଜିବାରେ

ଏଇମିତି ସବୁବେଳେ ମୋର ପାଖେ ପାଖେ ଥିବ…..।

ସବୁବେଳେ ସବୁ ପରିସ୍ଥିତିରେ 

ମୁଁ ଆଗକୁ ଯାଉ ଯାଉ ଝୁଣ୍ଟି ପଡୁଛି

ଏଇ ଜୀବନର ଦଦରା ପଥରେ

ତୁମେ ଟିକେ ମାର୍ଗ ଦର୍ଶକ ହେଇ 

ପଥ ପ୍ରଦର୍ଶନ କରୁଥିବ……….।

ବେଳେବେଳେ କିଛି ଅସମଞ୍ଜସ୍ୟ ପରିସ୍ଥିତିରେ

ମୁଁ କ୍ଷଣିକରେ ଛାନିଆ ହେଇଯାଏ

ସମୟର ଚକ୍ର ବ୍ୟୁହରେ ଘୁର୍ଣ୍ଣିତ ବି ହେଇଯାଏ

ସେଇ ମୋର ପତିତ ହେବା ସମୟରେ

ମୋ ହାତରେ ହାତଦେଇ ଟିକେ ସାହାରା ହେଉଥିବ…..।

ଏଇ ଜୀବନ ସମୁଦ୍ରର ପ୍ରତି ମୁହୂର୍ତ୍ତରେ

ଗୋଟେ ନୂଆ ନୂଆ ଜୁଆର ର ଆଗମନ ହୁଏ

ଏଇ ଜୁଆରକୁ ଦେଖିଲେ ବହୁତ ଡର ମାଡ଼େ

ତମେ ଯଦି ସାଙ୍ଗରେ ନ ଥିବ 

ତେବେ ମିତାଶ୍ରୀ ମୁଁ ହଜିଯିବି, ବୁଡିଯିବି

ଏଇ ଜୀବନର ସମୁଦ୍ରକୁ ପାରିହେବା ପାଇଁ

ଅନେକ ପଡିବି, ଉଠିବି, ପୁଣି ପଡିଯିବି

ହେଲେ ମିତାଶ୍ରୀ, ଏଇ ସିନ୍ଧୁ ପାରିହେବା ଯେ ସହଜ ହେବ 

ଯଦି ତୁମେ ମୋ ସାଙ୍ଗରେ ଥିବ 

ଯଦି ତୁମେ ସାଙ୍ଗରେ ଥିବ……।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance