କେବେ ସମୟ ମିଳିଲେ
କେବେ ସମୟ ମିଳିଲେ
କେବେ ସମୟ ମିଳିଲେ ନିଶ୍ଚୟ ଲେଖିବି
ଆମ ଭଲପାଇବାର ଅକୁହା କାହାଣୀଟିକୁ
କିଛି ହର୍ଷ ଆଉ ବିଷାଦର
ମୂଲ୍ୟାଙ୍କନ ର ବିସ୍ତାରିତ ରୁପକୁ…..।
କେବେ ସମୟ ମିଳିଲେ ନିଶ୍ଚୟ କହିବି
ଯେ,ତୁମେ ସତ ଆଉ ମିଛର ଦ୍ୱନ୍ଦ୍ୱରେ ଶବ୍ଦ ବାନ୍ଧିଲେ ବି
ମିଛ ମିଛିକାରେ ନୁହେଁ ସତରେ ତୁମେ
ଗୋଟାପଣେ ଖାଲି ମୋର ସେ କଥା …..।
କେବେ ସମୟ ମିଳିଲେ ନିଶ୍ଚୟ କହିବି
ଯେ, ଏଇ ସତ ମିଛ ଦୁନିଆରେ
ତୁମର ତମାମ ଅସ୍ତିତ୍ୱର କଥା
ମୋର ଆଖିସାମନାରେ ଝୁଲସୁଥିବା
ଆଶା ଆଉ ଆଶଙ୍କାର କଥା
କେବେ ସମୟ ମିଳିଲେ ନିଶ୍ଚୟ କହିବି ……..।
କେବେ ସମୟ ମିଳିଲେ ନିଶ୍ଚୟ ଦେଖେଇବି
ଯେ, ମୁଁ କେତେ ତୁମର ବୋଲି
ବିସ୍ତିର୍ଣ୍ଣ ପ୍ରେମ ପାରାବାରର ଗଭୀରତା କେତେ
ଯାହାକୁ କି କୂଳରେ ରହି ଦେଖି ହୁଏ
ମାପିହୁଏ ନାହିଁ ତା ‘ଗଭୀରତାକୁ ସତେ…..।
କେବେ ସମୟ ମିଳିଲେ ନିଶ୍ଚୟ କହିବି
ଖାଲି ମୋର କଥା ଆଉ ତୁମର କଥା ନୁହଁ
ଆମର କଥା ଆମ ଦୁହିଁଙ୍କର କଥା
କେବେ ସମୟ ମିଳିଲେ……..।

