STORYMIRROR

DEEPAK KUMAR PATRA

Romance

4  

DEEPAK KUMAR PATRA

Romance

କେବେ ସମୟ ମିଳିଲେ

କେବେ ସମୟ ମିଳିଲେ

1 min
322

କେବେ ସମୟ ମିଳିଲେ ନିଶ୍ଚୟ ଲେଖିବି 

ଆମ ଭଲପାଇବାର ଅକୁହା କାହାଣୀଟିକୁ 

କିଛି ହର୍ଷ ଆଉ ବିଷାଦର 

ମୂଲ୍ୟାଙ୍କନ ର ବିସ୍ତାରିତ ରୁପକୁ…..।

କେବେ ସମୟ ମିଳିଲେ ନିଶ୍ଚୟ କହିବି 

ଯେ,ତୁମେ ସତ ଆଉ ମିଛର ଦ୍ୱନ୍ଦ୍ୱରେ ଶବ୍ଦ ବାନ୍ଧିଲେ ବି 

ମିଛ ମିଛିକାରେ ନୁହେଁ ସତରେ ତୁମେ 

ଗୋଟାପଣେ ଖାଲି ମୋର ସେ କଥା …..।

କେବେ ସମୟ ମିଳିଲେ ନିଶ୍ଚୟ କହିବି 

ଯେ, ଏଇ ସତ ମିଛ ଦୁନିଆରେ 

ତୁମର ତମାମ ଅସ୍ତିତ୍ୱର କଥା 

ମୋର ଆଖିସାମନାରେ ଝୁଲସୁଥିବା 

ଆଶା ଆଉ ଆଶଙ୍କାର କଥା

କେବେ ସମୟ ମିଳିଲେ ନିଶ୍ଚୟ କହିବି ……..।

କେବେ ସମୟ ମିଳିଲେ ନିଶ୍ଚୟ ଦେଖେଇବି 

ଯେ, ମୁଁ କେତେ ତୁମର ବୋଲି 

ବିସ୍ତିର୍ଣ୍ଣ ପ୍ରେମ ପାରାବାରର ଗଭୀରତା କେତେ 

ଯାହାକୁ କି କୂଳରେ ରହି ଦେଖି ହୁଏ 

ମାପିହୁଏ ନାହିଁ ତା ‘ଗଭୀରତାକୁ ସତେ…..।

କେବେ ସମୟ ମିଳିଲେ ନିଶ୍ଚୟ କହିବି 

ଖାଲି ମୋର କଥା ଆଉ ତୁମର କଥା ନୁହଁ 

ଆମର କଥା ଆମ ଦୁହିଁଙ୍କର କଥା 

କେବେ ସମୟ ମିଳିଲେ……..।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance