STORYMIRROR

Basanta Mishra

Romance

4  

Basanta Mishra

Romance

ପୀରତି ର ଅନ୍ୟ ନାମ

ପୀରତି ର ଅନ୍ୟ ନାମ

1 min
309

      

ପୀରତିର ଅନ୍ୟ ନାମ

ହୁଏ ଯଦି ଛଳନା

ସପନରେ କିଏ କାହିଁ

ପିନ୍ଧିବ ସେ ଗହଣା।୦ା

କେ ଶିଖିବ ସେ ପାଠର ମିଶାଣ ଓ ଫେଡାଣ

ରସହୀନ, ଛନ୍ଦହୀନ ହୋଇଯିବ ଜୀବନ

ବିରହ ରାଗ ଗାଇବ

ନୀରବେ ମନ ବୀଣା।

ପୀରତିର ଅନ୍ୟ ନାମ

ହୁଏ ଯଦି ଛଳନା।୧ା

ପବନକୁ କେହି କେବେ କରିବେନି ବିଶ୍ବାସ

ମନ, ବିବେକ ଭିତରେ ବହିଯିବ ବତାସ

ଶଠତା ହିଁ ବୋଲାଇବ 

ମମତାର ଠିକଣା।

ପୀରତିର ଅନ୍ୟ ନାମ

ହୁଏ ଯଦି ଛଳନା।୨ା


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance