STORYMIRROR

Basanta Mishra

Tragedy

3  

Basanta Mishra

Tragedy

ଭଲ ପାଇବାର ଓଁକାର

ଭଲ ପାଇବାର ଓଁକାର

1 min
240

     

ଭଲ ପାଇବାର ଓଁକାର ମନ୍ତ୍ର

ଚାଲିଗଲ ତୁମେ ଦେଇ

ସେ ମନ୍ତର ଗାଇ ବିରହ ଜୁଇରେ

ଅହରହ ଜଳେ ମୁହିଁ।0ା


ଆଜି ବି ହସୁଛି ପୂନେଇଁର ଚାନ୍ଦ

ଥିଲା ଯେ ସେଦିନ ସାକ୍ଷୀ

ଅନ୍ତରଙ୍ଗ ଭାବେ ମିଶି ଯାଇଥିଲା

ଯେବେ ଆମ ଦୁଇ ଆଖି

ମନ ଆଇନାରୁ ସେ ଅଭୁଲା ଛବି

ଲିଭାଇ ମୁଁ ପାରୁନାହିଁ।

ଭଲ ପାଇବାର ଓଁକାର ମନ୍ତ୍ର

ଚାଲିଗଲ ତୁମେ ଦେଇ।୧ା


କାହାର ପଣତ ବଇରୀ ସାଜିଲା

ବନ୍ଧା ତୁମେ ପଡିଗଲ

ପୁରୁଷ ଜାତିଟା ସତେ କି ଏପରି

ଭଲପାଇ ଭୁଲିଗଲ

ପାରୁନାହିଁ ସତେ ଦୂରେଇ ତୁମକୁ

ପାଲଟିଛ ମୋର ଛାଇ।

ଭଲ ପାଇବାର ଓଁକାର ମନ୍ତ୍ର

ଚାଲିଗଲ ତୁମେ ଦେଇ।୨ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy