STORYMIRROR

Basanta Mishra

Tragedy

3  

Basanta Mishra

Tragedy

ହୃଦୟ ବେଦୀରେ

ହୃଦୟ ବେଦୀରେ

1 min
176


ହୃଦୟ ବେଦୀରେ ପୀରତି ମଶାଲ

ଚାଲିଗଲ ଜାଳିଦେଇ

ତାର ଶିଖା ମୋତେ ଜାଳେ ଅହରହ

ବୁକୁ ତଳେ ରହି ରହି।

ମରମ ମୋ ଦିଏ ଦହି।୦ା


ଚାହିଁ ତ ନ ଥିଲି ଆସିବାକୁ ତୁମେ

ମୋ ଜୀବନ ପରିଧିକୁ

ବଳେ ପଶି ମନ-ବନ ଉଜାଡିଲ

ସଦା ଝୁରି ମରିବାକୁ

ଯୋଗୀ ସାଜି ବୁଲେ ଦୁଆରେ ଦୁଆରେ

ତୁମ ନାମେ ଗୀତ ଗାଇ

ତୁମ ଗୁଣଗାଥା କହି।

ହୃଦୟ ବେଦୀରେ ପୀରତି ମଶାଲ 

ଚାଲିଗଲ ଜାଳିଦେଇ।୧ା


ହଜିଗଲ କିବା ନୀଳ ଆକାଶରେ

ମିଳେଇ ଗଲ ବତାସେ

ବନାନୀ, ସାଗର, ମରୁ, ଗିରିଝର

ସବୁଠୁ ଫେରେ ନିରାଶେ

ଗଢିଦେଲ କିଆଁ ତୁମ ଚାରିପାଖେ

ବିଛେଦର ଗଡଖାଇ

ଲଙ୍ଘି ଯାଇ ପାରୁନାହିଁ।

ହୃଦୟ ବେଦୀରେ ପୀରତି ମଶାଲ 

ଚାଲିଗଲ ଜାଳିଦେଇ।୨ା


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy