STORYMIRROR

Basanta Mishra

Romance

3  

Basanta Mishra

Romance

କହିଦେଲ ଅତି ସହଜେ

କହିଦେଲ ଅତି ସହଜେ

1 min
232

       

କହିଦେଲ ଅତି ସହଜେ ମାତର

ଭୁଲି କି ସହଜେ ହୁଏ

ପୋତିଥିବା ତୁମ ପୀରତି ଚାରାରେ

ଫୁଲ ଫୁଟି ମହକାଏ।୦ା


ଆଖିରେ ତୋଳି ସେ ଫୁଲ ନିତି ନିତି

ଓଠରେ କରୁଛି ହାର

ଦେବି ଉପହାର ଜନମେ ଜନମେ

ଭେଟ ହେବ ଯେବେ ମୋର

ସାଇତି ରଖିବି ବୁକୁ ପେଟରାରେ

ଆଖି ବୁଜିହେବା ଯାଏ।

କହିଦେଲ ଅତି ସହଜେ ମାତର

ଭୁଲିକି ସହଜେ ହୁଏ।୧ା


ଜୀଇଁପାରିବି ମୁଁ ଯୁଗ ଯୁଗ ପାଇଁ

ସେତକ ସମ୍ୱଳ ନେଇ

ରାଣ ଦେଲି ଆଉ କହିବନି କେବେ

ମୋତେ ଭୁଲିଯିବା ପାଇଁ

ଜାଳି ରଖିଥିବି ମନ ତଳେ ସଦା

ସ୍ମୃତିର ସଳିତାଟିଏ।

କହିଦେଲ ଅତି ସହଜେ ମାତର 

ଭୁଲି କି ସହଜେ ହୁଏ।୨ା


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance