କହିଦେଲ ଅତି ସହଜେ
କହିଦେଲ ଅତି ସହଜେ
କହିଦେଲ ଅତି ସହଜେ ମାତର
ଭୁଲି କି ସହଜେ ହୁଏ
ପୋତିଥିବା ତୁମ ପୀରତି ଚାରାରେ
ଫୁଲ ଫୁଟି ମହକାଏ।୦ା
ଆଖିରେ ତୋଳି ସେ ଫୁଲ ନିତି ନିତି
ଓଠରେ କରୁଛି ହାର
ଦେବି ଉପହାର ଜନମେ ଜନମେ
ଭେଟ ହେବ ଯେବେ ମୋର
ସାଇତି ରଖିବି ବୁକୁ ପେଟରାରେ
ଆଖି ବୁଜିହେବା ଯାଏ।
କହିଦେଲ ଅତି ସହଜେ ମାତର
ଭୁଲିକି ସହଜେ ହୁଏ।୧ା
ଜୀଇଁପାରିବି ମୁଁ ଯୁଗ ଯୁଗ ପାଇଁ
ସେତକ ସମ୍ୱଳ ନେଇ
ରାଣ ଦେଲି ଆଉ କହିବନି କେବେ
ମୋତେ ଭୁଲିଯିବା ପାଇଁ
ଜାଳି ରଖିଥିବି ମନ ତଳେ ସଦା
ସ୍ମୃତିର ସଳିତାଟିଏ।
କହିଦେଲ ଅତି ସହଜେ ମାତର
ଭୁଲି କି ସହଜେ ହୁଏ।୨ା