STORYMIRROR

Basanta Mishra

Romance

3  

Basanta Mishra

Romance

ମୁଁ ଗାଉଛି କବିତା

ମୁଁ ଗାଉଛି କବିତା

1 min
275


ମୁଁ ଗାଉଛି କବିତା 

ତୁମ ପାଇଁ

ତୁମରି ଆଖିର ନୀଳ ସାଗରରେ

ଯେଉଁଦିନୁ ହଜିଯାଇଛି ମୁହିଁ।୦ା

ଭୁଲିଛି ସେ ଦିନୁ ନିଜକୁ ନିଜେ

ପୀରତି ଫଗୁରେ ମନ ମୋ ଭିଜେ

ଅମଡା ବାଟରେ ଥାପିଅଛି ପାଦ

ଦୁନିଆ ନିନ୍ଦାକୁ

ଶୋଚନା ନାହିଁ।

ମୁଁ ଗାଉଛି କବିତା ତୁମ ପାଇଁ।୧ା

ସପନେ ଆସୁଛ ପାଖକୁ ମୋର

ରୁଣୁଝୁଣୁ ଶୁଭେ ପାଦ ନୂପୁର

ଧରାଦେଇ ପୁଣି ରହୁଛ ଦୂରେଇ

ଉଜାଗରେ ରାତି

ଯାଉଛି ପାହି।

ମୁଁ ଗାଉଛି କବିତା ତୁମ ପାଇଁ।୨ା

ଆଶା ନିରାଶାର ପାଚେରି ଡେଇଁ

ମଳୟ ମହକେ ଯାଉଛ ଛୁଇଁ

ମନେ ମନେ ଗଢେ ତାଜମହଲ ମୁଁ

ତୁମରି ସ୍ମୃତିରେ

ଜିଇବା ପାଇଁ।

ମୁଁ ଗାଉଛି କବିତା ତୁମ ପାଇଁ।୩ା


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance