STORYMIRROR

Basanta Mishra

Romance

4  

Basanta Mishra

Romance

ରକ୍ତ ବେଦନା

ରକ୍ତ ବେଦନା

1 min
185


ରକତ ବେଦନା ବୁଝଇ ରକତ

ଜାଣଇ କି ତାହା ଆନ

ପିଠିର ଦରଜ ଲାଗେ କି ପେଟକୁ

ମନ ସିନା ବୁଝେ ମନ।୦ା


ଫଗୁଣ ବୁଝେନା ଶ୍ରାବଣ ଆଖିରୁ

ଝରେ କାହିଁ ପାଇଁ ଲୁହ

ସୂରୁଜ କି ଜାଣେ ତାକୁ ଦେଖି କିଆଁ

କୁମୁଦ ବୁକୁରେ କୋହ

ପାରୁନା କି ବୁଝି ତୁମ ସ୍ମୃତି ନିଆଁ

ଜାଳେ ମୋ ପରାଣ ବନ।

ରକତ ବେଦନା ବୁଝଇ ରକତ

ଜାଣଇ କି ତାହା ଆନ।୧ା


କୋଇଲିର କୁହୁ ଜଗାଏ ମନରେ

ତୁମ ମିଠା ମିଠା କଥା

ଚାନ୍ଦର ଜୋଛନା ଭରିଦିଏ ମନେ

ବିରହ ବେଦନା ବ୍ୟଥା

ଆକାଶେ ବାଦଲ ଦେଖି ଉଙ୍କିମାରେ

ଯେତେ ମାନ ଅଭିମାନ।

ରକତ ବେଦନା ବୁଝଇ ରକତ

ଜାଣଇ କି ତାହା ଆନ।୨ା


ପିଇଛି ଯେଣୁ ମୁଁ ପୀରତି ଜହର

ସହୁଛି ତାହାର ଜାଳା

ସଂସାରର ସବୁ ନିନ୍ଦା ଅପବାଦ

କରିଛି ଗଳାର ମାଳା

ପାଲଟିଛି ଆଜି ଜୀଅନ୍ତା ଶବ ମୁଁ

ଜଳ ବିନା ଯଥା ମୀନ।

ରକତ ବେଦନା ବୁଝଇ ରକତ

ଜାଣଇ କି ତାହା ଆନ।୩ା


     




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance