STORYMIRROR

Basanta Mishra

Romance

3  

Basanta Mishra

Romance

ମରିବି ସେ ଦିନ

ମରିବି ସେ ଦିନ

1 min
208

       

ମରିବି ସେ ଦିନ ମୋ ନାମ ହଜିବ

ତୁମ ଓଠୁ ଯେଉଁ ଦିନ

ଧରା ବୁକୁରେ ମୋ ଜୀବନ ଜୀଇଁବା

ହୋଇଯିବ ହୀନିମାନ।୦ା


ଶାମୁକା ତୁମେ ଗୋ ସପନେ ତୁମରି

ଟିକି ମୋତିଟିଏ ମୁହିଁ

ତୁମେ ମଧୁଝରା ଜୋଛନା ମୁଁ ତୁମ

ପ୍ରୀତି ପାଗଳିନୀ କଇଁ

ମୋ ମନ ମନ୍ଦିରେ ସ୍ମୃତି ଦୀପ ହୋଇ

ଜଳୁଅଛ ରାତିଦିନ।

ମରିବି ସେ ଦିନ ମୋ ନାମ ହଜିବ

ତୁମ ଓଠୁ ଯେଉଁଦିନ।୧ା


ମୁଁ ଗୋ ମିଠା କୁହୁ, ଚଗଲା ଫଗୁଣ

ଚୋରା ଚଇତାଳି ତୁମେ

ତୁମେ ଭରସାର ଡାଳଟିଏ ଯହିଁ

ପକ୍ଷୀ ହୋଇ ମୁଁ ଝୁମେ

ତୁମ ଅଗଣାର ତୁଳସୀ ମୁଁ ତୁମ

ପରଶକୁ ଝୁରେ ମନ।

ମରିବି ସେ ଦିନ ମୋ ନାମ ହଜିବ

ତୁମ ଓଠୁ ଯେଉଁ ଦିନ।୨ା


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance