ମରିବି ସେ ଦିନ
ମରିବି ସେ ଦିନ
ମରିବି ସେ ଦିନ ମୋ ନାମ ହଜିବ
ତୁମ ଓଠୁ ଯେଉଁ ଦିନ
ଧରା ବୁକୁରେ ମୋ ଜୀବନ ଜୀଇଁବା
ହୋଇଯିବ ହୀନିମାନ।୦ା
ଶାମୁକା ତୁମେ ଗୋ ସପନେ ତୁମରି
ଟିକି ମୋତିଟିଏ ମୁହିଁ
ତୁମେ ମଧୁଝରା ଜୋଛନା ମୁଁ ତୁମ
ପ୍ରୀତି ପାଗଳିନୀ କଇଁ
ମୋ ମନ ମନ୍ଦିରେ ସ୍ମୃତି ଦୀପ ହୋଇ
ଜଳୁଅଛ ରାତିଦିନ।
ମରିବି ସେ ଦିନ ମୋ ନାମ ହଜିବ
ତୁମ ଓଠୁ ଯେଉଁଦିନ।୧ା
ମୁଁ ଗୋ ମିଠା କୁହୁ, ଚଗଲା ଫଗୁଣ
ଚୋରା ଚଇତାଳି ତୁମେ
ତୁମେ ଭରସାର ଡାଳଟିଏ ଯହିଁ
ପକ୍ଷୀ ହୋଇ ମୁଁ ଝୁମେ
ତୁମ ଅଗଣାର ତୁଳସୀ ମୁଁ ତୁମ
ପରଶକୁ ଝୁରେ ମନ।
ମରିବି ସେ ଦିନ ମୋ ନାମ ହଜିବ
ତୁମ ଓଠୁ ଯେଉଁ ଦିନ।୨ା

