STORYMIRROR

Basanta Mishra

Romance

4  

Basanta Mishra

Romance

ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର

ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର

1 min
409


ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର 

ପାଠ ଯେ ପଢାଇଗଲ

ସେହି ପାଠ ପଢି ବିରହ ଜୁଇରେ

ହେଉଅଛି କଲବଲ।୦ା

ଶୋଚନା ନ କରି ଆଗପଛ କିଛି

ନିଶାରେ ଡୁବିଲି ତାର

ମାଛକଣ୍ଟା ସାଜି ଗଳାରେ ଅଟକି

କରୁଅଛି ହରବର

ପାସୋରିବି ଯେତେ ଭାବୁଛି ସେତିକି

ଜାଳେ ସ୍ମୃତି ନିଆଁ ଝୁଲ।

ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର

ପାଠ ଯେ ପଢାଇଗଲ।୧ା

କୋହ ଓ ଲୁହକୁ ସାଥୀ କରି ନିତି

ମରି ମରି ଚାଲେ ବାଟ

ମରୀଚିକା ପଛେ ଧାଇଁ ଶୋଷେ ଖାଲି

ହୁଏ ଯାହା ଛଟପଟ

ମଝି ଦରିଆରେ ଜୀବନ ତରି ମୋ

ପାଏନାହିଁ ଥଳକୂଳ।

ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର

ପାଠ ଯେ ପଢାଇଗଲ।୨ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance