STORYMIRROR

Sanjya Tripathy

Romance

3  

Sanjya Tripathy

Romance

ତୋର ମୋର କଥା ହେବା ଚୁପ୍‌ଚାପ୍

ତୋର ମୋର କଥା ହେବା ଚୁପ୍‌ଚାପ୍

1 min
195

ତୋର ମୋର କଥା ହେବା ଚୁପ୍‌ଚାପ୍

ମୁଁ ସମୁଦ୍ର ହେଲେ ତୁ ଆକାଶ

ମୁଁ ନୀଳଙ୍କଠ ହେଲେ ତୁ କଳ୍ପନା ଚାୱାଲା

ମୁଁ ବିଶ୍ଵାମିତ୍ର ହେଲେ ତୁ ମେନକା

ମୁଁ ପର୍ଶୁରାମ ହେଲେ ତୁ ରେଣୁକା

ମୁଁ ବେଳାଭୂମି ହେଲେ ତୁ ନଂଦନକାନନ

ମୁଁ ନାର୍ସିସସ୍ ହେଲେ ତୁ ସିସିଫସ୍

ମୁଁ ଅନଂତ ଆରଂଭ ହେଲେ ତୁ ଘୁମଂତ ନୀଳିମା

ମୁଁ କୋଣାର୍କ ହେଲେ ତୁ ଚଂଦ୍ରଭାଗା

ମୁଁ ସାଲବେଗ ହେଲେ ତୁ ଶ୍ରୀୟା ଚଡାଳୁଣୀ

ମୁଁ ରକ୍ତଗୋଲାପ ହେଲେ ତୁ ନୀଳକଇଁ

ମୁ ଧୂସର ପ୍ରଭାତ ହେଲେ ତୁ ବିଦାୟୀ ସୂର୍ଯ୍ୟ

ମୁଁ ଭାଗବତ ହେଲେ ତୁ ଫିଲ୍ମଫେୟାର

ମୁଁ ଅମାବାସ୍ୟାର ଚଂଦ୍ର ହେଲେ ତୁ ରାତିସାରା ଖରା

ମୁଁ ରାତ୍ରିର ଶିଂକାରୀ ହେଲେ ତୁ ଦିନତମାମ୍ ତାରା

ମୁଁ ବେଦଜ୍ଞ ବ୍ରାହ୍ମଣ ହେଲେ ତୁ ବଟପୀ ଅଭିସାରିକା

ମୁଁ କର୍ମଯୋଗୀ ହେଲେ ତୁ ଅଳସୀ କନ୍ୟା-କାବ୍ୟନାୟିକା

ମୁ ଦଧୀଚି ହେଲେ ତୁ ସେତୁବଂଧର ଗଂଡୁଚି

ମୁଁ ଜେଡା ଦୁର୍ଗର ବଂଦୀ ହେଲେ ତୁ ଦୁଃଖିନୀ

ମୁଁ ସେରଲକ୍‌ ହୋମ୍‌ ହେଲେ ତୁ ଡକ୍ଟର ୱାଟସନ୍

ମୁଁ ବୁଢାର ତିନୋଟି ସ୍କେଚ ହେଲେ ତୁ ବିରଂତନୀ

ମୁଁ ହେଲେନ୍ କେଲର୍ ହେଲେ ତୁ ମଦର ଟେରେସା

ନିର୍ମଳତାର ଓଢଣୀ ଖୋଲି ଏବେ ତୁ ପଚାର

ତୁମ କିଏ ଓ ମୁଁ କିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance