STORYMIRROR

Budhadeba Nayak

Romance

3  

Budhadeba Nayak

Romance

କେବଳ ତୁମରି ପାଇଁ

କେବଳ ତୁମରି ପାଇଁ

1 min
193

କେତେ ଭଲ ତତେ ପାଉଥିଲି ସାଥୀ

ମୋ ଠାରୁ ଗଲୁ ଦୂରେଇ

ମତେ ଭୁଲିଗଲୁ ସ୍ମୃତି କରି ଇତି

ଆଉ କାହା ପ୍ରେମ ପାଇଁ ।


କେମିତି ଭୁଲିଲୁ ପାରୁନି ମୁଁ ଭୁଲି

ଦେଇଗଲୁ ମତେ ଧୋକ୍କା

ଛାଡ଼ିଗଲୁ ମତେ ପ୍ରେମ ଅଧାବାଟେ

କେମିତି ଚାଲିବି ଏକା।


କଥା ଦେଇଥିଲୁ ମଥା ଛୁଇଁ ମୋର

କରିବୁ ନାହିଁ ତୁ ପର

ଆଜି କାହିଁ ସାଥୀ ଓହରି ଯାଉ ତୁ

ଦେଇଥିବା ତୋ କଥାର ।


ତଥାପି ହେ ସାଥୀ ରହିଛି ମୁଁ ଚାହିଁ

କେବଳ ତୁମରି ପାଇଁ

ଜିଇଁବି ମରିବି ଆଜିବି ଏକାକୀ

କେବଳ ତୁମରି ପାଇଁ

କେବଳ ତୁମରି ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance