ମଉନାବତୀ
ମଉନାବତୀ
ମଉନେ ବସିଛି ମଉନାବତୀ ମୋ
ମୁହଁକୁ ଶୁଖେଇ ତାର
ଅଭିମାନ କରି କଥା ହେଉ ନାହିଁ
ଫୋନ୍ କାଟେ ବାରମ୍ବାର।
କହୁଛି ସେ ମୋତେ ଆଇ ହେଟ୍ ୟୁ
କଥା ଜମା ହେବି ନାହିଁ
ସବୁ ବେଳେ ବିଜି ରହୁଛ ଯେ ତୁମେ
ଟାଇମ୍ ମୋତେ ଦିଅ ନାହିଁ।
ପାର୍କ କି ସିନେମା ନେଉ ନାହଁ ମୋତେ
ଗୁପୁଚୁପୁ ଖୁଆଉନ
ଏକା ଏକା ଟିକେ ଗେଲ ହେବା ପାଇଁ
ପାଖକୁ ଜମା ଆସୁନ।
ବ୍ଲକ୍ କରିଛି ନମ୍ବରକୁ ମୋର
ଫେସ୍ବୁକ୍ ୱାଟ୍ସ୍ଆପ୍
ବିଚାରା ଏଇଠି ହନ୍ତସନ୍ତ ମୁଁ ଯେ
ଜାଣି ନାହିଁ ତାର ମାପ।
କବିତା ମୋ ପଢି ଫେରି ଆସ ଗୋରୀ
ଦୁହେଁ ଯିବା ପ୍ରେମ ମଠ
ହେଳା ଜମା ଆଉ କରିବି ନାହିଁ ଲୋ
ଖୋଜିଛି ମୁଁ ନୂଆ ବାଟ।
ପୁରା ସପ୍ତାହକ ସାତ ଦିନ ଯାକ
ପଢିବା ଯେ ପ୍ରେମ ପାଠ
ପାଠଠୁ ଅଧିକ ଶାଠକୁ ଆଦରି
କିଳିବା ଦୁହେଁ କବାଟ।

