Happy Kiss Day
Happy Kiss Day
ଭଲରେ ଭଲରେ କଟିଗଲା କାଲି
ହଗ୍ ଡେଏଟା ମୋଓର
କୁଣ୍ଢାକୁଣ୍ଢି ହୋଇ ମନ ହେଲା ଶାନ୍ତି
ସପନ ହେଲା ସାକାର
ଆଜି ଆସି ଅଛି ଆଉ ଏକ ତିଥି
ଚୁମ୍ବନ ଦିବସ ଆଜି
ଗେଲ କରି ଆଜି ଚୁମିବି ପ୍ରିୟାକୁ
କଳା ଭଅଁରଟେ ସାଜି
ସଜ ବାଜ ହୋଇ ପ୍ରିୟାକୁ କହିଲି
ଆସ ଯିବା ନଈ କୂଳକୁ
ଚୁମ୍ବନ ଦିବସେ ଚୁମା ଚୁମି ହୋଇ
ସମ୍ପର୍କ ଗଢିବା ଆଗକୁ
ଶୁଣି ମୋର କଥା ଟୁଙ୍ଗାରିଲା ମଥା
ଚାଲିଲୁ କିଆ ମୂଳକୁ
କୁଣ୍ଢାକୁଣ୍ଢି ହୋଇ ଚୁମା ଚୁମି ହେଲୁ
ଗାଇଲୁ ପ୍ରେମ ଗୀତକୁ
ପ୍ରେମ ଗୀତ ଶୁଣି ଦଳେ ଟୋକା ଆସି
ଛେଚି ଦେଇଗଲେ ଯେତେ
ସୁକୁଟି ସାହୁଟା ରାଗ ସୁଝେଇବାକୁ
ଡାକିଥିଲା ପରା ସତେ
ଶନି ରାହୁ କେତୁ ମିଶିଗଲେ ବୋଧେ
କରିଦେଲେ ଷଡଯନ୍ତ୍ର
ତାଙ୍କ ପାଇଁ ଆଜି ପିଠିଟାକୁ ମୋର
କରିଗଲେ କୁରୁକ୍ଷେତ୍ର
ଏତେ ସବୁ ବନ୍ଧୁ ଘଟିଗଲା ପରେ
ଭାବୁଛି ଛାଡିବି ପ୍ରେମ
ଟୋକି ପଛେ ଆଉ ଯିବି ନାହିଁ ଜମା
ଚାଲିଯିବି ବୃନ୍ଦାବନ
