STORYMIRROR

jagabandhu sahu

Comedy

3  

jagabandhu sahu

Comedy

Happy Perfume Day

Happy Perfume Day

1 min
183

ମଲ୍ଲୀ ଟବରୀ ଓ   ଗୋଲାପି ଅତର

    ଆଣିଛି ଯାଇକି ବଜାରୁ

ଦେବି ଉପହାର    ସୁକୁଟି ସାହୁକୁ

    ପ୍ରେମ ରହିବନି ଅଧାରୁ


କାଲି ମାରିଥିଲି   ନାତ ଟିଏ ବୋଲି

    ରହି ଅଛି ମୁହଁ ଫୁଲେଇ

ସବୁ ଅତରକୁ  ହାତେ ତାର ଦେଇ

   ନିଶ୍ଚେ ଦେବି ତାକୁ ମନେଇ


ଏଇ କଥା ଭାବି   ଗଲି ବାରିପଟୁ

    ତା ଘରକୁ ମୁହିଁ ଚାଲିକି

ବାଇଢଙ୍କ ଗଣ୍ଡେ ଫିଙ୍ଗିଲା ମୋ ଦେହେ

    କୁଣ୍ତେଇ କୁଣ୍ତେଇ ମଲିକି


ଅତର ଦିବସେ    ଦେହ ବତରିଲା

    ଗଲା ସବୁ ରୁଅ ଫଳିକି

ଡାକ୍ତରାଣୀ ମେମ୍ ଦେଖି ଏ ଅବସ୍ଥା

    ଚାଲିଗଲେ ମୁହଁ ମୋଡ଼ିକି


Rate this content
Log in

Similar oriya poem from Comedy