STORYMIRROR

jagabandhu sahu

Comedy

4  

jagabandhu sahu

Comedy

Happy Slap Day

Happy Slap Day

1 min
337

Slap day ରେ   କିସ କରିବି ମୁଁ

   ଭାବି ବସିଥିଲି ମନରେ

କେହିବି ତ ଜଣେ ପଟିଲେ ନାହିଁ ଯେ

    ପଡିଥିଲି ବଡ ଚିନ୍ତାରେ


ଧନ ହାନୀ ହେଲା ମାନ ହାନୀ ହେଲା

    ପାଇଲି ଅନେକ ଯନ୍ତ୍ରଣା

ଭାବି ଏଇ କଥା ହେଲା ମୁଣ୍ତ ବ୍ଯଥା

     ବୁଦ୍ଧି ହେଲା ବାଟବଣା


ଦେଖିଲି ତରୁଣୀ   ବସିଥିଲା ଏକା

   ଆସି ଏକାନ୍ତରେ ଉଦ୍ଯାନେ

ତାକୁ ଦେଖି ମନେ ପ୍ରେମ ଉପୁଜିଲା

   କହି ଦେଲି ଯାଇ ତା କାନେ


ଶୁଣି ମୋର କଥା ଆଖି କରି ଢେଲା

    ଚାହିଁଲା ଯେ ଏକ ଲୟରେ

ରାଗେ ଗର ଗର ହୋଇକି କହିଲା

   ଭାବି ନଥିଲି ଯା ସ୍ବପ୍ନରେ


ଆରେ ରଇଜଳା  ହେଲୁ କି ପାଗଳା

   ଦେଖା ଯାଉନି ତୋ ଆଖିକି

ଦୁଇଟା ଛୁଆର   ମାଆକୁ ତୁହିରେ

    ପ୍ରୋପଜ କରୁଛୁ ଆସିକି


ଅବିଳମ୍ବେ ସେଠୁ   ଦଉଡି ଆସିଲି

    ନିଶ୍ବାସ ମାରିଲି ବସିକି

ମାଡ଼ ଖାଉ ଖାଉ   ବଞ୍ଚିଗଲି ବନ୍ଧୁ

   ଦୋଷ ଦେଲି ନିଜ ଆଖିକି


Rate this content
Log in

Similar oriya poem from Comedy