STORYMIRROR

jagabandhu sahu

Others

4  

jagabandhu sahu

Others

Happy break Up Day

Happy break Up Day

1 min
188

ଭାଙ୍ଗି ଦେଇଗଲ   ପ୍ରେମ ବାଲିଘର

    ଫେରି ଚାହିଁଲନି ଥରେ

ତୁମକୁ ଏଇଠି   ଏକାକି ଚାହିଁଛି

    ନିତି ବଞ୍ଚେ ନିତି ମରେ


ମାୟା ମରିଚିକା  ପରି ଯେ ଲାଗୁଛି

    ଦେଖିଲେ ନିଜର ଛାଇ

ଅନ୍ତର ବେଦନା   ଅସହ୍ଯ ଯନ୍ତ୍ରଣା

    ପାରୁ ନାହିଁ ଜମା ସହି


ଦୁନିଆ ଆଗରେ  ହସୁ ଅଛି ସିନା

  ଅନ୍ତରେ ଦୁଃଖର ଛାଇ

ମନ ଏକା ଜାଣେ  ହୃଦୟ ବେଦନା

    କାହାକୁ ପାରୁନି କହି


ଯିବାର ଯଦିଓ ଥିଲା ଜୀବନରୁ

    ଆସୁଥିଲ ପୁଣି କାହିଁ

ଅଳପ ଦିନର    ଗଳପ ଲେଖିଲ

   ବେଦରଦୀ ମନ ନେଇ


ଏତେ ସବୁ ପରେ ତଥାପି ଏ'ହୃଦ

   ଶୁଭ ମନାସୁଛି ତୁମ

ଯେଉଁଠି ବି ରୁହ ଭଲରେ ଯେ ରୁହ

   ରଖି ସୁହାଗିନୀ ଗୁଣ


Rate this content
Log in