STORYMIRROR

jagabandhu sahu

Comedy

4  

jagabandhu sahu

Comedy

Happy Valentine's Day

Happy Valentine's Day

1 min
306

ଗୋଲାପଟେ ଧରି ନିରୋଳାରେ ମୁହିଁ

     ବସିଥିଲି ଯାଇ ଏକାକି

ଦରକାର ନାହିଁ    କଳିଯୁଗ ପ୍ରେମ

    ଯାଉ କେଉଁ ଗାତ ଚୂଲିକି


ସ୍ବାର୍ଥେ ଭରା ଏଇ  ପ୍ରେମର ଦୁନିଆ

    ଛଳନା କଳନା ନାହିଁ

ପଙ୍ଗୁପାଳ ଭଳି  ଲୁଟି ନେବେ ସବୁ

   ତୁମକୁ ବୋକା ବନେଇ


ଏଇ କଥା ଭାବି ଗୋଲାପଟା ମୋର

  ଫିଙ୍ଗିଲି ବିସ୍ତାପ ହୋଇକି

ହେଲେ ଯାଇ ମୋର ଗୋଲାପ ଫୁଲଟା

   ଗେଞ୍ଜି ହେଲା କା'ର ବେଣୀକି


ଆଖି ଉଠେଇକି  ଦେଖିଲା ବେଳକୁ

   ଥିଲା ମୋ ପୁରୁଣା ପ୍ରେମିକା

ତିନି ବର୍ଷ ତଳେ ବାହା ହୋଇ ସିଏ

    ଦେଇ ଯାଇଥିଲା ଧୋକା


ମୁଁ କିଛି କହିବି ଭାବିବା ପୂର୍ବରୁ 

    ଆସି ବସିଗଲା ପାଖରେ

କହିଲା ସେ ମୋତେ ଏତେ ଦିନ ହେଲା

    ଭୁଲି ପାରି ନାହଁ ସତରେ


ଜାଣିବ କେମିତି  ମଞ୍ଜ କଥା ଗୋଟି

   ଟେନସନିଆ ଚିତ୍କାରେ 

ଗୋଲାପଟା ଯାଇ ଗେଞ୍ଜି ହେଇଗଲା

  ଗଭା ଗଜରାର ବେଣୀରେ


ଏତେ ସବୁ ପରେ  ପ୍ରେମ ଦିବସରେ

    ପୁରୁଣା ପ୍ରେମିକା ସାଥିରେ

ଗପ ସପ କରି     ଦିନ ବିତିଗଲା

   କରି ଟିକେ ମଜା ମସ୍ତିରେ


Rate this content
Log in

Similar oriya poem from Comedy