STORYMIRROR

Snigdha Nayak

Comedy Inspirational

3  

Snigdha Nayak

Comedy Inspirational

ବୋହୂ ଆମର

ବୋହୂ ଆମର

1 min
211

ଆସିଛି ବୋହୂ ଆମର

ଯୌତୁକେ ଆଣିଛି କୁଟର

ଯାଏ ନିଇତି ଥେଟର

ବିନା ଲଗାମର ଏ କି ମଟର

କଷିଲେ ଢିଲା ପେଏନ୍ଚ

କହି ବାପକୁ ପଠେଇ ଦେଉଛି ଲେଟର

କହୁଛି କଥା କଥା କଥାକେ

ତୋ ଘରଠୁ ମୋ ଘର ବେଟର

କହୁଛି ପରା ବାପା ମୋ ରେଞ୍ଜର

କାଢି ବୋତଲ ଚା' ବଦଳେ ପିଏ ବିଅର

ଆଖିକୁ ଦିଶେ ନି କି ଘର କି ବାହାର

ଦେଖାଏ ତା'ଠାଣି କେଜାଣି ଇଏ କାହାର

କହି ହେଉନି କଥା ପଦିଏ ହେଇ କ୍ରୁର

ପଠେଇ ଦଉଛି ଲେଟର ଉପରେ ଲେଟର

ଦେଖାଇ ଦଉଛି ପୋଲିସି ଫାଣ୍ଡି ଦୁଆର

ସଭିଙ୍କ ଠୁ ଲୁଚି ଲୁଚାଇ

ଗପୁଛି ବାପ ସାଙ୍ଗେ ଫୋନ ଲଗାଇ

କହୁଛି ତା' ବାପ କୁ ଯାଇ

ପିଜା, ବରଗର ପାରୁନି ସେ ମଗାଇ

କଞ୍ଚା ପରିବା ଯାଏ ଚୋବାଇ

କରୁଛି ପରା ଫିଗର ମେନଟେନ

ଯାଇ ସହର କରୁଛି ଡ଼ିସକୋ ଏଟେନ

କେବେ ନାରୀ ତ କେବେ

ଧରୁଛି ଲୋ ପୁରୁଷ ବେଶ

ଏ କି ରୂପ ଏ କି ରଙ୍ଗ

କହେ ଜାଣୁ ତୁ କିସ

ଏ ସ୍ତ୍ରୀ ମୋର ହିରୋଇନି

କହି ପୁଅ ମୋର ମୋଡେ ନିଶ

ଦିଅନ୍ତି କି ଯାଇ ଦୁହିଁଙ୍କୁ ବିଷ

କରନ୍ତି ତାଙ୍କ ଠାଣିକୁ ପାଉଁଶ

ଭାବିଲି ଦିନେ ଦେବି ପୋଡି

ମୁରୁକି ହସି ମୁହଁକୁ ମୋଡି

କହୁଛି ହେଇଛି ଇନୁସେରନସ

ଯା ' କାରାବାସ ଚଅକି ପିଇସ

ମାରିଲେ ମାରୁନି ଆଉ ଚୁଲି ମୁଣ୍ଡକୁ

କାଢୁଛି ସିଧା ପାହାର

ନ କରିଦେଉ ମୋ ଘରୁ ମତେ ବାହାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy