ବୋହୂ ଆମର
ବୋହୂ ଆମର
ଆସିଛି ବହୁ ଆମର
ଯୌତୁକେ ଆଣିଛି କୁଟର
ଯାଏ ନିଇତି ଥେଟର
ବିନା ଲଗାମର ଏ କି ମଟର
କଷିଲେ ଢିଲା ପେଏନ୍ଚ ।
କହି ବାପକୁ ପଠାଇ ଦେଉଛି ଲେଟର
କହୁଛି କଥା କଥା କଥାକେ
ତୋ ଘରଠୁ ମୋ ଘର ବେଟର
କହୁଛି ପରା ବାପା ମୋ ରେଞ୍ଜର
କାଢି ବୋତଲ ଚା' ବଦଳେ ପିଏ ବିଅର ।
ଆଖିକୁ ଦିଶେ ନି କି ଘର କି ବାହାର
ଦେଖାଏ ତା'ଠାଣି କେଜାଣି ଇଏ କାହାର
କହି ହେଉନି କଥା ପଦିଏ ହେଇ କ୍ରୁର
ପଠେଇ ଦଉଛି ଲେଟର ଉପରେ ଲେଟର
ଦେଖାଇ ଦଉଛି ପୋଲିସି ଫାଣ୍ଡି ଦୁଆର ।
ସଭିଙ୍କ ଠୁ ଲୁଚି ଲୁଚାଇ
ଗପୁଛି ବାପ ସାଙ୍ଗେ ଫୋନ ଲଗାଇ
କହୁଛି ତା' ବାପକୁ ଯାଇ
ପିଜା, ବରଗର ପାରୁନି ସେ ମଗାଇ
କଞ୍ଚା ପରିବା ଯାଏ ଚୋବାଇ ।
କରୁଛି ପରା ଫିଗର ମେନଟେନ
ଯାଇ ସହର କରୁଛି ଡ଼ିସକୋ ଏଟେନ
କେବେ ନାରୀ ତ କେବେ
ଧରୁଛି ଲୋ ପୁରୁଷ ବେଶ
ଏ କି ରୂପ ଏ କି ରଙ୍ଗ
କହେ ଜାଣୁ ତୁ କିସ
ଏସିତ୍ରୀ ମୋର ହିରୋଇନି ।
କହି ପୁଅ ମୋର ମୋଡେ ନିଶ
ଦିଅନ୍ତି କି ଯାଇ ଦୁହିଁଙ୍କୁ ବିଷ
କରନ୍ତି ତାଙ୍କ ଠାଣି କୁ ପାଉଁଶ
ଭାବିଲି ଦିନେ ଦେବି ପୋଡି
ମୁରୁକି ହସି ମୁହଁ କୁ ମୋଡି ।
କହୁଛି ହେଇଛି ଇନୁସେରନସ
ଯା ' କାରାବାସ ଚଅକି ପିଇସ
ମାରିଲେ ମାରୁନି ଆଉ ଚୁଲି ମୁଣ୍ଡକୁ
କାଢୁଛି ସିଧା ପାହାର
ନ କରିଦେଉ ମୋ ଘରୁ ମତେ ବାହାର ।
