STORYMIRROR

Puspita Bhuyan

Comedy

3  

Puspita Bhuyan

Comedy

କେହି ସାଙ୍ଗ ମୋର ବୁଢ଼ୀ ନୁହଁନ୍ତି

କେହି ସାଙ୍ଗ ମୋର ବୁଢ଼ୀ ନୁହଁନ୍ତି

1 min
423


କେହି ସାଙ୍ଗ ମୋର ବୁଢ଼ୀ ନୁହଁନ୍ତି

ସମୟ ଚକ୍ରରେ 

        ଖରା ଖାଇ ଖାଇ

କଳା ବାଳ ସିନା ଧଳା ହୋଇଛି

ଭଗବାନଙ୍କ ଅପର କୃପାରୁ

ହସୁଥାନ୍ତୁ ସବୁ ନିଇତି


ମନ କଥା ମନେ ମାରି

ସମସ୍ତଙ୍କ ଆଗେ ହସିଥାନ୍ତି

ପରସ୍ପର ମଧ୍ୟେ ସାହା ହୁଅନ୍ତି

କାହାର ଦୁଃଖ ସହି ନ' ପାରନ୍ତି 

କେହି ସାଙ୍ଗ ମୋର ବୁଢ଼ୀ ନୁହଁନ୍ତି


କାହାରି ମନରେ ନାହିଁ

ଗର୍ବ ଅହଂକାର 

           ରାଗ ଦ୍ୱେଷ ହିଂସା

ଅନ୍ୟର କାମରେ ଅଣ୍ଟା ଭିଡନ୍ତି

ଦରକାର ବେଳେ ଏକ ଜୁଟ ହୁଅନ୍ତି 

କେହି ସାଙ୍ଗ ମୋର ବୁଢ଼ୀ ନୁହଁନ୍ତି


ମିଶି ଗଲେ ସବୁ

       ଧାରାକୁ ସରା ମଣନ୍ତି 

ହୋ ହଲ୍ଲାରେ ଘର ଫଟାନ୍ତି

କେତେ ରକମର ଖାଦ୍ୟ ରାନ୍ଧନ୍ତି

ଭୋକ ନଥାଇବି କେତେ କ'ଣ 

               ଖାଇ ଯାଆନ୍ତି 

ସରବତ ରୁ ଆରମ୍ଭ କରି

          ଚା କଫିରେ ସାରନ୍ତି 

କେହି ସାଙ୍ଗ ମୋର ବୁଢ଼ୀ ନୁହନ୍ତି


ସଫେଦ ବାଳକୁ 

          ରଙ୍ଗେଇ ଦିଅନ୍ତି

ହାଇ ହିଲ ଚପଲ ପିନ୍ଧି

        ଅଣ୍ଟା ହଲେଇ ଚାଲନ୍ତି

କେତେ ରକମର ଡ୍ରେସ ପିନ୍ଧନ୍ତି

ଆଖି ନଚେଇ କଥା କୁହନ୍ତି

କେହି ସାଙ୍ଗ ମୋର ବୁଢ଼ୀ ନୁହଁନ୍ତି


ଗପସପ ର ଠିକଣା ନଥାଏ

କେଉଁଠୁ ଆରମ୍ଭ କେଉଁଠି ଶେଷ

ପିଲାଦିନ କଥା ମନେପକାନ୍ତି

ସ୍କୁଲ କଲେଜ ସିନେମା

କେତେବେଳେ ପୁଣି ଶାଶୂ ଘର କଥା

ପିଲାଛୁଆ ଠୁ ସ୍ୱାମୀ ଦିଅର ନଣନ୍ଦ

କେହି ଯାଆନ୍ତିନି ବାଦ 

କେହି ସାଙ୍ଗ ମୋର ବୁଢୀ ନୁହଁନ୍ତି


ହେ ପ୍ରଭୁ ! ମୋ ମନମତାଣିଆ ସାଙ୍ଗଙ୍କୁ

ଆହୁରି ଭଲରେ ରଖ

ସମସ୍ୟା ଘେରରୁ ଉର୍ଦ୍ଧ୍ବରେ

ରୋଗ ବୈରାଗରୁ ଦୂରରେ

ସବୁବେଳେ ସଭିଏଁ

   ମନଖୋଲି ହସୁ ଥାନ୍ତୁ

ଆହୁରି ଭଲରେ ରୁହନ୍ତୁ 

କେହି ସାଙ୍ଗ ମୋର ବୁଢ଼ୀ ନୁହନ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy