Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspita Bhuyan

Others

2  

Puspita Bhuyan

Others

ରଜ ପରବ

ରଜ ପରବ

1 min
309



ରଜ ଆଗଦିନ

         ସକାଳୁ ସକାଳୁ

କାମବାଲୀ ବାଈ

        ଦାଣ୍ଡ ଦୁଆରରୁ

ମାଆ ମାଆ ବୋଲି

        ଛାଡ଼ୁଛି ରଡି ,

ବିଛଣାରୁ ଉଠି

       ବେଡ଼ଟି ଧରି ମା' ସାଆନ୍ତାଣୀ

ଚିହିଁକି ଉଠିଲେ 

        ତା' ରଡି ଶୁଣି ,

ଆଲୋ କିସ ହେଲା ତୋର

        ଆସୁ ଆସୁ କାହିଁ ଛାଡୁଛୁ ରଡି ,

କହେ କାମବାଲୀ

        କାଲିଠାରୁ ମୋର

ରଜ ତିନିଦିନ 

          ହୋଇବ ଛୁଟି ,

ତା' କଥା ଶୁଣି ମା' ସାନ୍ତାଣୀ

       ଆଖିଲାଲ କରି ଗରଜି ଉଠିଲେ 

ଆଲୋ , ରଜ ପରବରେ

       ବନ୍ଧୁ ବାନ୍ଧବରେ

ଘରତ ଉଠିବ ପୁରି 

        ତା' ସହିତ ପିଲାଙ୍କ ବରାଦ

କେତେ ଆଇଟମ

        ସତେକି ମୁଁ ' ଜମାଟୋ ' କମ୍ପାନି ,

ସବୁ ଶୁଣି ସାରି ମୁହଁକୁ ଫୁଲାଇ

            କାମବାଲୀ କହେ ,

'ରଜ' କ'ଣ ଏକା ତୁମରି ପରବ

             ମୋର ନାହାଁନ୍ତି କେହି ,

ଏତେ ଦିନ ପରେ 

           ଝିଅ ମୋ ଆସିବ ଜ୍ୱାଇଁ ସହିତ

ନାତି ନାତୁଣୀଙ୍କୁ

              ସାଂଙ୍ଗରେ ଧରି ,

ରଜ ପରା ଦିନେ

          କାମକୁ ଆସିବି ,

ତାଙ୍କ ଫରମାଇସି

      ପୂରଣ କରିବି କେମିତି !

ମା' ସାନ୍ତାଣୀଙ୍କ ଅକଲ ଗୁଡୁମ

        କି ଦେବେ ଉତ୍ତର ତାହାର ,

ଉଦାସ ମନରେ

        ନିରୁତ୍ତର ରହିଲେ

କାମବାଲୀର ଛୁଟିକୁ 

         ମଞ୍ଜୁର କରି ।



Rate this content
Log in