Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspita Bhuyan

Others

5.0  

Puspita Bhuyan

Others

ଫଗୁଣଟା ପୁଣି ଆସିଛି

ଫଗୁଣଟା ପୁଣି ଆସିଛି

1 min
231



ଫଗୁଣ ଟା ପୁଣି ଆସିଛି

ସାଙ୍ଗରେ ଆଣିଛି କେତେ ରଙ୍ଗର ଫଗୁ 

ଇନ୍ଦ୍ରଧନୁରୁ ଚୋରି କରିଛି ,

ଜାତି ଜାତି ରଙ୍ଗ

ନାଲି , ନେଳି ,ହଳଦିଆ 

ପୁଣି ବାଇଗଣି ।

ରଙ୍ଗ ପିଚକାରୀ ଧରି

ଗୋପୀ ସଙ୍ଗେ ରାଧାରାଣୀ 

ସଜ ହେଲେଣି ,

ଶ୍ୟାମ ସଙ୍ଗେ ଖେଳିବାକୁ ହୋଲି ।

ଭରା ଆମ୍ବ ବଉଳର ବାସନା ରେ

କୋଇଲିର ମିଠା ମିଠା କୁହୁ କୁହୁ ସ୍ୱର

ଗୁଞ୍ଜରିତ ହୁଏ ତୋଟା ମାଳେ ,

ଏ ଡାଳରୁ ସେ ଡାଳକୁ

ଡେଇଁ ଡେଇଁ ଦେଖୁଛି ସେ

ରାଇଦାମୋଦର ବେଶ।

ସୁସଜ୍ଜିତ ବିମାନରେ ବସି

କୃଷ୍ଣ ବିଜେ କରିବେ ରାଇ ସହ

ଗାଁ ଦୋଳ ମଣ୍ଡପକୁ ,

ଅପେକ୍ଷା କରିଛନ୍ତି ଗୋପୀ ବୃନ୍ଦ 

ଧରି ରଙ୍ଗ ପିଚକାରୀ   ।                                                            



Rate this content
Log in