STORYMIRROR

Puspita Bhuyan

Others

4  

Puspita Bhuyan

Others

ମା'

ମା'

1 min
244

ମା' ମା' ଯେଉଁଦିନ ମୁଁ 

ତୋ ଗର୍ଭରେ ଥିବା , ପ୍ରଥମେ ଜାଣିଥିବୁ

କେତେ ଆନନ୍ଦରେ ଶିହରିତ ହୋଇଥିବୁ

ନ ମାସର ଗର୍ଭ ଯନ୍ତ୍ରଣା ସହିଥିବୁ

ହେଲେ ସେ କଷ୍ଟ ରେ ବି ଆନନ୍ଦିତ ହୋଇଥିବୁ।

ସେ କଷ୍ଟରେ ନାରୀ କୁ ମିଳେ

ଐଶ୍ୱରୀୟ ତୃପ୍ତି ମା' ହେବାର 

ଅପୂର୍ବ ଆନନ୍ଦ ।

ମୋତେ ଜନ୍ମ ଦେଇ ତୋତେ ମିଳେ

ନାରୀ ହେବାର ଏକ ପୂର୍ଣ୍ଣତା।

ପ୍ରଥମ କ୍ରନ୍ଦନ ସ୍ୱର ରେ ମୋର

ପୁରି ରହିଥିବ ତୋ ମନ ର ବ୍ୟାକୁଳତା । 

ତୋ ଅଂଶକୁ କୋଳରେ ଧରି

ହଜେଇ ଥିବୁ ନିଜକୁ ଆତ୍ମତୃପ୍ତିରେ ।

ଜନ୍ମ ଜନ୍ମାନ୍ତରର କାମନା

ପୂର୍ଣ୍ଣ ହେଲା ତୋର ସତେ।

ମା ତୁ ତ ସେନେହମୟୀ

କରୁଣାମୟୀ,

ତୋ ଜଠ ରୁ ଜନମ ନେଇ

ଦେଖିଲି ମୁଁ ଏଇ ସୁନ୍ଦର ଦୁନିଆ ଆଜି

ତୋ ରୃଣ କେବେ ମୁଁ 

ସୁଝି ପାରିବିନି ଏଇ ଜନମରେ ।


Rate this content
Log in