STORYMIRROR

jagabandhu sahu

Comedy

4  

jagabandhu sahu

Comedy

Lass of money

Lass of money

1 min
265

କାହିଁକି ପାଳୁଛ    ପ୍ରେମର ଦିବସ

   ପନ୍ଦର ଦିନ ପାଇଁକା

ଷୋଳ ଦିନି ଦିନ ଧୋକା ଦେଇ ପରା

    ଯାଉଛି ଏଠି ପ୍ରେମିକା


ସମୟକୁ ତୁମେ   ହାତ ଛଡା କରି

   ଧାଉଁଥିଲ ଯାହା ପଛରେ

ଆଜି ପରା ସିଏ   ଧନ ଲୁଟି ତୁମ

   ବନେଇ ଦେଲାଟି ବୋକାରେ


ଗୋଲାପକୁ ଦେଲ ରିଙ୍ଗ୍ ବି ଦେଲ

   ଦେଲ ଚକଲେଟ ଖୁଆଇ

ନିଜ ବାଟ ବାଛି   ଚାଲିଗଲା ସିଏ

   ଉପରକୁ ଥାଅ ଅନେଇ


ପ୍ରଥମୁ କହୁଛି   ବେଳା ଭଲ ନାହିଁ

    ଦେଖି ଚାହିଁ କିରି ଚାଲୁଥ

ଶୁଣିଲନି ଜମା ମୋ କଥାକୁ ତୁମେ

    ଏବେ ପୁରା ନାମ ନେଉଥ


ଦେବଦାସ ହୋଇ ବୋତଲ ଧରିକି

   ଗଡ଼ ନାହିଁ ଆଉ ରାସ୍ତାରେ

ନୂଆଁ ଫର୍ମୁଲାଟେ ଦେଉଛି ତୁମକୁ

   ବାବା ହୋଇ ରୁହ ମଠରେ


Rate this content
Log in

Similar oriya poem from Comedy