'ଭୂତ' 'ଭୂତ '
'ଭୂତ' 'ଭୂତ '
ଅମାବାସ୍ୟାର ଅନ୍ଧାର ରାତି
ଘଣ୍ଟାରେ ବାଜିଛି ଆଠ
ସୁନା ମୁନା ଭାଇଭଉଣୀ
ପଢ଼ନ୍ତି ବସି ପାଠ l
କୁଆଡେ ଥିଲା ଝଡବତାସ
ହଠାତ ଆସିଲା ମାଡି
ବିଜୁଳି ମାରଇ ଘନଘନ
ପବନ ସଙ୍ଗେ ଘଡ଼ଘଡି l
ବିଦ୍ୟୁତକାଟ ହୋଇଲା ଯହୁଁ
ଲିଭି ଗଲା ବତୀ
ମନରେ ଉଠେ ଭୟ
ଥରାଇ ତାଙ୍କରି ଛାତି l
ଆଲୋକ ଜାଳିଲେ ମା
ତେଜିଲୁ ମନୁ ଭୟ
ଖୁସିରେ ପୁଣି ଭାଇଭଉଣୀ
ପାଠରେ ଦେଲୁ ଲୟ l
ସୁନା କହିଲା ଦେଖ
ଝରକା ପାଖେ କିଏ
ଜଳୁଛିତାର ଆଖି ଦୁଇଟା
ଭୂତ ନୁହେଁତ ସିଏ l
'ଭୂତ ', ଭୂତ ' ରଡି
ମା ' ଆସିଲେ ଧାଇଁ
କିମ୍ପାଇଁ କରୁଛ ପାଟି
ଭୂତ ତୁମର କାହିଁ l
ଆଙ୍ଗୁଠି ଠାରେ ସୁନା କହିଲା
ଝରକା ପାସେ ଦେଖ
ଦୁଇଟି ଅଗ୍ନି ପିଣ୍ଡୁଳା
ଭୟଙ୍କର ତା ମୁଖ l
କହିଲେ ମା ନିରେଖି ଚାହଁ
ରହିଛି ଚାହିଁ ଯିଏ
ମାଛଝୋଳରେ ତାହାରି ମନ
ପୁଷି ମାଉସୀ ସିଏ l
