STORYMIRROR

Kalpana Kumari Pradhan

Others

4  

Kalpana Kumari Pradhan

Others

କବିତା ର ଶୀର୍ଷକ - ସନ୍ତୁଷ୍ଟି *********---********

କବିତା ର ଶୀର୍ଷକ - ସନ୍ତୁଷ୍ଟି *********---********

1 min
30


ଜୀବନ ପଥରେ ସନ୍ତୋଷ ଆଶା ରେ
     ଅନବରତ ପ୍ରୟାସ ଜାରି ଥାଏ...
ସେ ପ୍ରୟାସର ବ୍ୟସ୍ତତା, ପ୍ରଚେଷ୍ଟା ରେ 
     ଅନାୟସ ରେ ଆହୁରି ଦୂରେ ଯାଏ...
ମାୟା ମରୀଚିକା ପରି ତାର ସ୍ଥିତି 
     ବହୁ ନିକଟରେ ପ୍ରତୀତ ହୁଏ...
ଜୀବନର ଦୂର ଦିଗବଳୟ ଭେଦି ସ୍ପର୍ଶ
       କରିବାର ଦୁର୍ବାର ଆଶା କ'ଣ ସରେ..
ଟିକେ ସନ୍ତୋଷ ପାଇଁ ସେ ଅହରହ
 ଅନିର୍ବାପିତ ଅଗ୍ନି ରେ ଦହିତ ହୁଏ...
ଅଜ୍ଞାନ ଓ ଅଭିମାନ ର ପରଳ ହଟିଲେ
 ନିଶ୍ଚୟ ପରମ ସନ୍ତୋଷ ପ୍ରାଣେ ଲଭେ..
ପ୍ରକୃତ ଏ କଣ ଏତେ ସହଜ, ଜୀବନର
   ଏହି ଅସରନ୍ତି ଆଶା ଆକାଂକ୍ଷା ର ପଥେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍