Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Comedy

3.4  

Gunanidhi Samal

Comedy

କୁଣ୍ଢାକୁଣ୍ଢି ପ୍ରେମ

କୁଣ୍ଢାକୁଣ୍ଢି ପ୍ରେମ

1 min
214


କଥା ଦେଇଥିଲି ମଥା ଛୁଇଁ ତୋର

ନିଜର କରିବି ବୋଲି

ଦେଖିଦେଲେ ଏବେ ନ'ଦେଖିଲା ପରି

ମୁହଁ ମୋଡ଼ି ଯାଉଚାଲି ।


ଯାହା ମାଗିଥିଲୁ ସବୁ ତ ଦେଇଛି

ରଖିନାହିଁ କିଛି ବାକି

ଯେବେ ବି ଡାକିଲେ ଆଜିକାଲି କହି

ନିଇତି ଦେଉଛୁ ଠକି ।


ହଗ ଡେ' ପାଳିବା ଆସୁନୁ କାହିଁକି

ଯିବା ଲୋ ବାଇକି ଚଢ଼ି

ଟିଙ୍କ ପରି ତୁହି ପଛରେ ବସିକି

ଧରିଥିବୁ ମୋତେ ଭିଡି ।


ଯେବେ ଯିବ ବେଳ ବୁଡି

ନିଛାଟିଆ ଦେଖି ଆମେଦୁହେଁ ହେବା

କୁଣ୍ଢାକୁଣ୍ଢି ଭିଡା ଭିଡ଼ି ।


Rate this content
Log in

Similar oriya poem from Comedy