STORYMIRROR

Gunanidhi Samal

Others

3  

Gunanidhi Samal

Others

ଆଧୁନିକ ସାହିତ୍ୟ ସଭା

ଆଧୁନିକ ସାହିତ୍ୟ ସଭା

1 min
231


ସାହିତ୍ୟ ସଭା ଓ କବିତା ଆସର

ଗଲି ପାଇ ନିମନ୍ତ୍ରଣ

କବିତାଟେ ନେଇ ବାହାରି ପଡିଲି

ନଥିଲି ମୁଁ ମାନ୍ୟଗଣ୍ୟ ।


ସକାଳ ନଅ ରେ ଆରମ୍ଭ ହୋଇବ

ଚାରିଟାରେ ହେବ ଶେଷ

ଅତିଥି ଆସିଲେ ଏଗାରଟା ପରେ

ଅଧରେ ଫୁଟାଇ ହସ ।


ଜଣେପରେ ଜଣେ ଅତିଥି ଭାଷିଲେ

ଯାହା ଆଣିଥିଲେ ଟିପି

ଭୋକରେ ଜଳିଲା କବିଙ୍କର ପେଟ

ତା ସାଥେ ବଢ଼ିଲା ବିପି ।


ସମ୍ମାନିତ ହେଲେ କୋଡିଏ ତିରିଶି

ଦେଖାଇ ନିଜର ଠାଣି

କେତେ ଦିଆନିଆ ହୋଇଥିଲା ଏକା

ସେଇମାନେ ଥିବେ ଜାଣି ।


ମଧ୍ୟାହ୍ନ ଭୋଜନ କରିବା ପାଇଁ କି

ଲାଗିଗଲା ଠେଲା ପେଲା

ଖିଆପିଆ ପରେ କବିତା ଆସର

ମାଇକ ଘୋଷଣା କଲା ।


ଆରମ୍ଭରେ ଥିଲେ ଶହେ କି ସତୁରି

ରହିଲେ ମାତ୍ର ତିରିଶି

ଆଗେ ଯେ ପଢ଼ିଲା ସିଏ ଚାଲିଗଲା

ମନେମନେ ହୋଇ ଖୁସି ।


ସଂଯୋଜକଙ୍କ'ର କୁହୁ କୁହ ତାନ

ଯାଉଥିଲା ଲମ୍ବି ଲମ୍ବି

ଡାକୁଥିଲେ ଆଗେ କବିତା ପଢିବେ

ତାଙ୍କ ଚିହ୍ନା ଜଣା କବି ।


ଆଗେ ସିନା ଗଲି ସଭାସ୍ଥଳେ ମୁହିଁ

ପଛରେ ପଡିଲା ପାଳି

କବିତା ପଢ଼ା ମୋ ସରିଗଲା କେହି

ଦେବାକୁ ନଥିଲେ ତାଳି ।


Rate this content
Log in