STORYMIRROR

Gunanidhi Samal

Others

3  

Gunanidhi Samal

Others

କବିତା

କବିତା

1 min
188

ଆଉ ଲେଖିବିନି ପେରେମ କବିତା

ଥରି ଯାଉଛି ମୋ ଛାତି

ରହିରହି ଆଜି ମନେପଡେ ମୋର

ଅତୀତର ସେଇ ସ୍ମୃତି ।


କବିତା ତୁମକୁ ଭଲପାଏ ବୋଲି

ଲେଖି ଦେଇଥିଲି ଦିନେ

କେମିତି କେଜାଣି ପଡି ଯାଇଥିଲା

ଶାଶୂ ଝିଅର ନୟନେ ।


ରାଗରେ କହିଲା ଆରେ ବାଡ଼ିପଡା

ଯାଉଛି ମୋ ବାପଘର

ଯେଉଁ କବିତା କୁ ଭଲ ତୁ ପାଉଛୁ

ତା ସାଥିରେ ଚଳା ଘର।


କବିତା ପାଇଁ ମୋ ସୁଖର ସଂସାର

ଭାଙ୍ଗି ହୋଇଗଲା ଚୁନା

ସେହି ଦିନଠାରୁ କବିତା ଲେଖିବା

ମୋପାଇଁ ହୋଇଛି ମନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍