ଅଜା ହୋଇଗଲେ ଖପା
ଅଜା ହୋଇଗଲେ ଖପା


ଅଜାଆଈ ଗଲେ ସିନେମା ଦେଖି
ଅଜା ଆଣିଥିଲେ ଟିକେଟେ କାଟି ,
ପହଞ୍ଚିଲେ ଯାଇ ସିନେମା ଘରେ
ଆଈଙ୍କୁ ନେଇ,
ଆଗ ସିଟ ରେ ବସିଲେ ଯାଇ ।
ଟିକେଟ ଚେକର ଆସିଲା ପଶି
ଦେଖିଲା ଟିକେଟ ମାରି ଲାଇଟ,
ଏଇଟା ତୁମର ନୁହଁ ସିଇଟ
କହିଲା ଆସ,
ପଛ ସିଟ ରେ ଯାଇକି ବସ ।
ଅଜା ବୁଢା ରାଗେ ହୋଇଲେ ଖପା
କହିଲେ ଆରେ ହେ ବାଳୁଙ୍ଗା ଟୋକା,
ଶହେ ଟଙ୍କା ଦେଇ କଲି ଟିକେଟ
ମାରୁ ଫୁଟାଣି ,
ପଛରେ ବସିବି ପଇସା ଗଣି ।
ଦେଖିଲେ ସିନେମା ହୋଇଲେ ଖୁସି
ଖିଲି ପାନ ଖଣ୍ଡେ କଳରେ ଜାକି ,
ପରଦା ଉପରେ ସାପ କୁ ଦେଖି
ଛାଡିଲେ ରଡି ,
ବଙ୍କୁଲୀ ବାଡ଼ିରେ ଦେଲେ ଦି"ବାଡ଼ି ।
ଧୋବଲା ପରଦା ଗଲାଟି ଛିଡି
ସିନେମା ବାଲାଏ ଆସିଲେ ମାଡ଼ି ,
ଗୋଟାକେତେ ଦେଲେ ଅଜାଙ୍କୁ କସି
ଡେଣା କୁ ଧରି ,
ହଲ ରୁ ଦେଲେ ବାହାର କରି ।
ସେଇ ଦିନଠାରୁ ଅଜା ଓ ଆଈ
ସିନେମା ଦେଖା କୁ ମଙ୍ଗିଲେ ନାହିଁ ,
କହିଲେ କହନ୍ତି ଦୂରୁ ଜୁହାର
କି"ଦଶା ହେଲା ,
ମାଡଖିଆ ସାଥେ ପଇସା ଗଲା ।