ପ୍ରେମ
ପ୍ରେମ
1 min
166
ପ୍ରେମ ଏକ ନିଆରା ଅନୁଭୂତି
ଯାହା କହି ହୁଏନି ସିମୀତ
ସମୟ ସୀମାରେ ।।
ପ୍ରେମ ଯାହା ହୃଦୟର ମିଳନ
ନକହିବା ପୂର୍ବରୁ ଦେଇଦିଆ
ବିଶାଳ ବକ୍ଷରେ ଶାନ୍ତିର ଗାଲିଚା ।।
ପ୍ରେମ ବୁଝାମଣାର ମାଇଲ ସ୍ତମ୍ଭ
ପହଞ୍ଚି ବାକୁ ହେଲେ
ପ୍ରତିଯୋଗିତା ନଥାଏ
ଥାଏ କେବଳ ପ୍ରେରଣା ।।
ପ୍ରେମ ପ୍ରତ୍ୟେକ ଦିନର ପ୍ରସ୍ଫୁଟିତ
ସୁବାସିତ ପୁଷ୍ପର ମହକ
ବାଣ୍ଟିଚାଲେ ନିଷ୍କାମ ପଥରେ ।।
ପ୍ରେମ ଚିରନ୍ତନ ସତ୍ୟ
ପ୍ରତାରଣାକୁ ପ୍ରସୟ ଦିଏନି
ଦିଏ କେବଳ ଆନନ୍ଦ ହିଁ ଆନନ୍ଦ ।।
