STORYMIRROR

Gunanidhi Samal

Comedy

3  

Gunanidhi Samal

Comedy

ଭାଲେଣ୍ଟାଇନ

ଭାଲେଣ୍ଟାଇନ

1 min
201

ପେରେମ ଦିବସ ପାଳିବା ପାଇଁକି

ବାହାରି ପଡିଲି ଆଜି

ସକାଳ ପହରୁ ସଞ୍ଜହେଲା ପଛେ

କେହି ହେଲେନାହିଁ ରାଜି ।


ଯାହାକୁ ଡାକିଲି ମୁହଁ ମୋଡ଼ିଦେଲେ

କା'ସାଥେ କରିବି ପ୍ରେମ

ସମସ୍ତେ କହିଲେ କେଡ଼େ ଅଲାଜୁକ 

ନାହିଁ କି ତୋତେ ସରମ।


ରାତିହେଲା ଯେବେ ଘରକୁ ଫେରିଲି

ମନକଥା ମନେ ମାରି

ଏତିକି ବେଳରେ ଫୋଅନ ଆସିଲା

ଛାତି ଯାଉଥିଲା ଥରି ।


ପଡିଶା ଘରର ଭାଉଜ କହିଲେ

ହଇହେ ଦିଅର ଟୋକା

ସକାଳ ପହରୁ ଖୋଜୁଛି ତୁମକୁ

ଏଯାଏ ମିଳୁନି ଦେଖା ।


ତୁମ ଭାଇ ନାହିଁ ରାତି ହୋଇଲାଣି

ସାଥେ ମୋର ଛୋଟ ପୁଅ

ଡର ମାଡୁଅଛି ଭାଲେଣ୍ଟାଇନ ରେ

ଆମଘରେ ଆଜି ଶୁଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy