Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy

3  

Arjuni charan Behera

Comedy

ଛତା ଦିବସ ଅନୁଚିନ୍ତା

ଛତା ଦିବସ ଅନୁଚିନ୍ତା

1 min
180


ଖରାବର୍ଷା ରକ୍ଷାକାରୀ ନାମ ତାର ଛତା l

 ମହାଭାରତେ ବର୍ଣ୍ଣିତ ହୋଇଛି ତା କଥା ll


ଛତ୍ର ପାଦୁକା ଅଟଇ ସୂର୍ଯ୍ୟଙ୍କର ଦାନ l

  ଯମଦଗ୍ନୀ ଲଭି ଥିଲେ ରୁଚିକ ନନ୍ଦନ ll


ସତ୍ୟରେ ବାମନ ରୂପେ ଦଣ୍ଡ ଛତ୍ର ଧରି l

 ବଳିଦ୍ୱାରେ ଭିକ୍ଷା କଲେ ପ୍ରଭୁ ବ୍ରହ୍ମଚାରୀ ll


ଛତ୍ରପ୍ରାୟ ଗିରି ତୋଳି ଯଶୋଦା ନନ୍ଦନ l

 ଗୋକୁଳ ରଖିଲେ ଟେକି ଗିରି ଗୋବର୍ଦ୍ଧନ ll


ଅନନ୍ତ ନାଗ ଢାଙ୍କିଲେ ଛତ୍ରପ୍ରାୟ ହୋଇ l

  ବସୁଦେବ ଶିଶୁ କୃଷ୍ଣ ଶିରରେ ମୁଣ୍ଡାଇ ll


ଛତ୍ରପ୍ରାୟ ପାଣ୍ଡବଙ୍କ ପଦେ ପଦେ ରହି l

 ପାଞ୍ଚାଳୀ ମାନ ରଖିଲେ ପ୍ରଭୁ ଭାବଗ୍ରାହୀ ll


ସୁବଳ ଗିରିରେ ଦେଖେ ଲଙ୍କାର ରାବଣ l

  ଛତ୍ର ମୁକୁଟ ଛିଣ୍ଡିଲା ଘାତେ ରାମବାଣ ll


ରାମ ଅଭିଷେକେ ଛତ୍ରଧାରୀ ପ୍ରିୟଭାଇ l

 ଅନିଦ୍ର ଲକ୍ଷ୍ମଣ ଟିକେ ପଡ଼ିଲେ ଢୁଳେଇ ll


ଛତାଧରି କେଣେ ଯାଅ ବରଜୁ କକେଇ l

  କଥାଟିଏ ପଚାରୁଛି ଦେବ କି ବତାଇ ll


ମୁଣ୍ଡ ପରେ ନୀଳ ନୀଳ ଏ ବିଶାଳ ଛତା l

 ତୁମ୍ଭେ ଜ୍ଞାନୀ କହିଦିଅ କିଏ ତା ନିର୍ମାତା ll


ଆରେ ମୂର୍ଖ ଏହି କଥା ପାରୁନାହୁଁ ଜାଣି l

  ତାହାକୁ ନିର୍ମାଣିଛନ୍ତି ସେ ବିଶ୍ୱବିନ୍ଧାଣି ll


ଛତା ଦିବସରେ ଆଜ ଏହି ଅନୁଚିନ୍ତା l

  ଜୟ ଜୟ ଜଗନ୍ନାଥ ବ୍ରହ୍ମାଣ୍ଡ କରତା ll



Rate this content
Log in