STORYMIRROR

Keshab Chandra Dash

Comedy Inspirational Others

3  

Keshab Chandra Dash

Comedy Inspirational Others

ପୋଲିସବାବୁଙ୍କ ସଦଜ୍ଞାନ

ପୋଲିସବାବୁଙ୍କ ସଦଜ୍ଞାନ

1 min
131

ଘରର ବୋହୂ ଯେ ନିଜ ମାଆ ସଙ୍ଗେ

ପୋଲିସ ଥାନାକୁ ଗଲେ 

ନିଜ ଶାଶୁଘର ବିରୁଦ୍ଧରେ ଯାଇ

ଥାନାରେ ଏତଲା ଦେଲେ ।


ଏତଲା ରଖିଣ ପୋଲିସ ବାବୁ ଯେ

ସବୁକିଛି ବୁଝିଗଲେ 

ଝିଅର ସାଥିରେ ମାଆକୁ ଦେଖି ସେ

କଳି ମଞ୍ଜି ପାଇଗଲେ ।


କହିଲେ ଝିଅ ଲୋ ଶାଶୁଘରେ ତୋର

ଦଉଛନ୍ତି କି ଗଞ୍ଜଣା ?

ପତି ତୋର ନିଶ୍ଚେ ଦଉଥିବ ମାଡ଼ଗାଲି

ପଡୁଅଛି ମତେ ଜଣା।


ଯଉତୁକ ପାଇଁ ନିଶ୍ଚେ ଶୁଣୁଥିବୁ

ଶାଶୁ ଶଶୁରଙ୍କ ଗାଳି

ସର୍ବେ ନିର୍ଯାତନା ଦେଉଥିବେ ତତେ

ହୋଇ ଏକ ସଙ୍ଗେ ମେଳି।


ପୋଲିସ ବାବୁଙ୍କ ପ୍ରଶ୍ନବାଣେ ବୋହୁ

ଠିଆ ହେଲା ନିରୁତ୍ତର

ଶାଶୁ ଶଶୁରଙ୍କ ବ୍ୟବହାର ଭଲ

ସ୍ବାମୀ କରିନାହିଁ ପର ।


ବୋହୂର ମାଆଠୁ ସବୁକଥା ଶୁଣି

ଅସଲ କଥାଟି ପଡ଼ଲା ଜଣା

ମାଆ ଝିଅ କଥା ଆଜିଠୁ ମୋବାଇଲ୍ ରେ 

ହୋଇଅଛି ଆଜିଠୁ ମନା।


ମାଆ ସଙ୍ଗେ ଝିଅ ମୋବାଇଲ୍ କଥାରେ

ଜଣା ପଡୁନାହିଁ ସମୟ ଘଡି ବେଳା

କଥା କଥାରେ ଯେ ସମୟ ବିତୁଛି

ବୋହୂ କର୍ତ୍ତବ୍ୟରେ ହେଳା।


ଗେଲ ବସରରେ ଝିଅ ମୋ ବଢ଼ିଛି 

ଘର ଚଳେଇବା ସେ ଜାଣିନାହିଁ 

ତେଣୁକରି ମୋହ ରଖି ତା ଉପରେ

ତାର ହାନିଲାଭ ବୁଝୁଛି ମୁହିଁ ।


ରୀତିମତ ଚାଲୁଛି ଝିଅ ସଙ୍ଗେ କଥାବାର୍ତ୍ତା

ତା ଉପରେ ରଖିଛି ଧ୍ୟାନ

ତା ସଙ୍ଗରେ ଦିନେ କଥା ନ ଲାଗିଲେ

ଭଲ ଲାଗେନାହିଁ ମନ।


ପୋଲିସ ବାବୁ ତାଙ୍କୁ ବୁଝାଇ କହିଲେ

ଗୋରଷରୁ ଦହି କି ହେବ?

ନିତି ଆଙ୍ଗୁଠି ପୁରାଇ ଯାଞ୍ଚ କରୁଥିଲେ

ଦହି କଣ ବସିଯିବ?


ବିବାହ ଆଗରୁ ଝିଅ ସବୁବେଳେ

ଗୋରସ ସଙ୍ଗେ ସମାନ 

ବିବାହ ପରେ ସେ ଦହି ପରି ହେବ

ଶାଶୁଘରେ ପାଇବ ସନମାନ ।


ଝିଅ ମାମଲାରେ ସଦା ହାତ ମାରୁଥିଲେ

ଦହି ହେବ କଣ ଝିଅ ?

ତାର ସଂସାରକୁ ସେ କିପରି ଗଢ଼ିବ

ନିଷ୍ପତ୍ତିକୁ ତା ଉପରେ ଛାଡ଼ିଦିଅ ।


ବାରମ୍ବାର ଯଦି ହାତ ମାରୁଥିଲେ

ଦହି ଯେ ଖରାପ ହେବ

ଶାଶୁଘରେ ତାର ସମ୍ମାନ କମିବ

ତା ସଂସାର ଉଜୁଡ଼ିଯିବ।


ତେଣୁକରି ତୁମେ ଝିଅକୁ ତୁମର 

ଆପେ ବଞ୍ଚିବାକୁ ଦିଅ

ଦେଖୁ ଦେଖୁ ଆଉ କିଛି ଦିନ ପରେ

ସବୁ ଝଗଡ଼ା ଯେ ତୁଟିଯିବ।


ପୋଲିସ ବାବୁଙ୍କ ସଦଜ୍ଞାନ ଶୁଣି

ଏତଲା ନେଲେ ଫେରାଇ 

ମାଆ ଝିଅ ନିଜ ଭୁଲ୍ ଯେ ବୁଝିଲେ

 ଖୁସିରେ ଘରକୁ ଗଲେ ପଳେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy