STORYMIRROR

Keshab Chandra Dash

Abstract Action Inspirational

4  

Keshab Chandra Dash

Abstract Action Inspirational

ଜୀବନର ସାରମର୍ମ:

ଜୀବନର ସାରମର୍ମ:

1 min
3

କହି ପାରୁଛ ଯଦି କହ ମଧୁର ଯେ ଭାଷା 
ନ କହ କେବେ କାହାକୁ କଟୁ ବଚନ,
ଜଳାଇ ପାରୁଛ ଯଦି ଜଳାଅ ଏକ ଦୀପ 
ନ କର କାହାର ମନକୁ ଦହନ।

ପାରୁଛ ଯଦି କର ଅନ୍ୟପାଇଁ ଚିନ୍ତା 
ଦୁଃଖୀର ମୁଖରେ ଫୁଟାଅ ହସ,
ହସାଇ ନ ପାରିଲେ କାହାକୁ କିଛି ଚିନ୍ତା ନାହିଁ
କିନ୍ତୁ ନ କର କାହାକୁ କେବେ ପରିହାସ।

ପୋଛି ପାରିବ ଯଦି ଦୁଃଖିର ଲୁହ ପୋଛିନିଅ 
ନ ଦିଅ ହୃଦୟରେ କାହାକୁ କଷ୍ଟ,
କାହାର ଭଲ କରିବା ନ କଲେ ପଛେ ନାଇଁ
ନ କର କାହାରି କେବେ ଅନିଷ୍ଟ।

ପାରୁଛ ଯଦି କର ପୁଣ୍ୟ ଯେ ଅର୍ଜନ
ନ କର କେବେ କୌଣସି ପାପ କର୍ମ,
ଧର୍ମ ନ୍ୟାୟ ପଥେ ଥାଇ ନିଜ କର୍ତ୍ତବ୍ୟ କରିଯିବା 
ଏହାହିଁ ଅଟେ ଜୀବନର ସାରମର୍ମ।


Rate this content
Log in

Similar oriya poem from Abstract