STORYMIRROR

Keshab Chandra Dash

Abstract Inspirational Others

4  

Keshab Chandra Dash

Abstract Inspirational Others

ସୁନା ଓ ଲୁହାର କଥୋପକଥନ:

ସୁନା ଓ ଲୁହାର କଥୋପକଥନ:

1 min
16

ସୁନା ଲୁହାକୁ ପଚାରିଲା ଦିନେ
ଭାଇ ଉଭୟଙ୍କୁ ପିଟୁଛି ଲୁହାର ହାତୁଡ଼ି ଦେବାକୁ ଏକ ସୁନ୍ଦର ଆକାର,
କାହିଁକି ଭାଇ ମତେ କହ ତୁ ବୁଝାଇ ହାତୁଡ଼ି ମାଡ ଖାଇ ମତେ କମ୍ ହୁଏ ବ୍ୟଥା
କାହିଁକି ବାହାରେ ଅତି ଶବଦ ତୋହର ।

ଲୁହା କହିଲା ଅତି ସହଜେ ବୁଝାଇ ମୁଁ ଓ ହାତୁଡି ଗୋଟିଏ ଉପାଦାନେ ଗଢା
ସିଏ ଅଟେ ମୋହର ଅତି ଯେ ନିଜର, ଲୁହାର ହାତୁଡି ତୋର କେହି ନୁହଁ ତାହାଠାରୁ ମାଡ ଖାଇ ତୁ ଆପେ ସହିଯିବୁ
ଯେହେତୁ ସେ ନୁହଁ ତୋର ବନ୍ଧୁ ଆପଣାର ।

ବାହାର ଲୋକଙ୍କ ନିନ୍ଦା କରିବା ପ୍ରକୃତି
ମୁଣ୍ଡପାତି ସହିଯିବୁ ହେଉ ପଛେ ଅପମାନ
ଯେତେ ବି ହେଉ ତାଙ୍କ ନିନ୍ଦା ବାଧକର।
ନିଜ ଲୋକ ବିଶ୍ୱାସରେ ଯେବେ ବିଷ ଦିଏ
ହୁଏ ତାହା ଅସହ୍ୟ ଦିଏ ଯେ ଯନ୍ତ୍ରଣା ହୃଦୟରୁ ବାହାରିଥାଏ କୋହର ଚିତ୍କାର ।

 ଚିପିଲିମା,ସମ୍ବଲପୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract