STORYMIRROR

Keshab Chandra Dash

Classics Fantasy Inspirational

4  

Keshab Chandra Dash

Classics Fantasy Inspirational

ସତରେ କଅଣ ବଦଳିଛି ଦୁନିଆଁ?

ସତରେ କଅଣ ବଦଳିଛି ଦୁନିଆଁ?

1 min
9

ସମସ୍ତଙ୍କ ମୁଖରେ ଗୋଟିଏ ଯେ କଥା
ଦୁନିଆଁ ଆଜି ଯାଇଛି ବଦଳି,
କଅଣ ଦେଖି ମନୁଷ୍ୟ ଏକଥା କହୁଛି
ନିରନ୍ତର ମନ ମସ୍ତିଷ୍କରେ ହେଉଛି ମୁଁ ଭାଳି।

ମରିଚର କେବେ ବଦଳିଛି କି ରାଗପଣ
ମିଠା ହେଲାଣି କି କେବେ କଲରା? ଆଜିପର୍ଯ୍ୟନ୍ତ ବୃକ୍ଷ ପ୍ରକୃତିକୁ ଦେଉଛି ତାର ଅବଦାନ
ସବୁବେଳେ ହୋଇଛି ସେ ଫୁଲ,ଫଳ,ପତ୍ରରେ ଭରା।

ଋତୁଚକ୍ର ତାର କାମ କରି ଯେ ଚାଲିଛି
ଗାଈ ବନ୍ଦ କରିନାହିଁ କେବେ ତାର କ୍ଷୀର, ଆମ୍ବର କେବେ ବଦଳିନାହିଁ ମିଠାପଣ
ସବୁଜରୁ କଳା ରଙ୍ଗ ହୋଇନାହିଁ କେବେ ପତ୍ରର।

ସତରେ କଅଣ ଆଜି ଦୁନିଆଁ ବଦଳିଛି 
ହୋଇଛି ଅବା କିଛି ପରିବର୍ତ୍ତନ,
ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଦୁନିଆଁରେ 
ବଦଳିଛି ତାହାର ପ୍ରକୃତି,ବ୍ୟବହାର, ଚାଲିଚଳନ।

ଭଗବାନଙ୍କ ସୃଷ୍ଟିରେ ସବୁ ସେହିପରି ଅଛି, କେବଳ ମନୁଷ୍ୟର ବଦଳିଛି ଚରିତ୍ର,ସ୍ଵଭାବ ଓ ବେଶ
ବଦଳି ଯାଇଛି ତାହାର ମାନବତା ଗୁଣ
ନିଜକୁ ଛାଡି ସେ ଦେଉଛି ସାରା ସଂସାରକୁ ଦୋଷ ।
 


Rate this content
Log in

Similar oriya poem from Classics