STORYMIRROR

Arjuni charan Behera

Classics Others

3  

Arjuni charan Behera

Classics Others

ମଧୁରାଷ୍ଟକମ୍

ମଧୁରାଷ୍ଟକମ୍

2 mins
199

        

     ମଧୁର ଅଧରେ ମଧୁର ବଚନ

          ମଧୁର ତୋର ଚାହାଣି l

     ମନ୍ଦମନ୍ଦ ହସ ମଧୁର ଅଧରେ

         ମଧୁର ତୋର କାହାଣୀ ll

    ସୁନ୍ଦର କଣ୍ଠେ ତୋ ଶ୍ରୀବତ୍ସ ଲାଞ୍ଚନ

            ଠୂମୁକୁ ଠୂମୁକୁ ଗତି l

    ମଧୁରାଧିପତି ସୁନ୍ଦର ତୋ ସୃଷ୍ଟି

          ଅଟୁ ଅଖିଳ ସମ୍ପତ୍ତି ll (1)

   ବଚନୁ ତୋହର ସୁଧା ବାରି ଝରେ

          ଅମୃତ ତୋର ଚରିତ l

   ପୀତାମ୍ବରୀପାଟ ଅତୀବ ସୁନ୍ଦର

           ସୁନ୍ଦର ବକୁଳ ସୂତ୍ର ll

   ଢ଼ଳି ଢ଼ଳି ଚାଲି ମଦନ ମୋହନ

          ମଧୁର ତୋହର ଗତି l

   ମଧୁରାଧିପତି ସୁନ୍ଦର ତୋ ସୃଷ୍ଟି

          ଅଟୁ ଅଖିଳ ସମ୍ପତ୍ତି ll (2)

   ବଙ୍କିମ ଅଧରେ ବେଣୁ ତୋ ସୁନ୍ଦର

           ମଧୁର ତୋ ପାଦଧୂଳି l

   ପାଣି ତୋ ସୁନ୍ଦର ପାଦ ତୋ ସୁନ୍ଦର

           ଯହିଁଛନ୍ତି ତୀର୍ଥାବଳି ll

   ତ୍ରିଭଙ୍ଗୀ ଛନ୍ଦରେ ନୃତ୍ୟ ତୋ ସୁନ୍ଦର

         ସୁନ୍ଦର ତୋ ସଖା ପନ୍ତି l

   ମଧୁରାଧିପତି ସୁନ୍ଦର ତୋ ସୃଷ୍ଟି

          ଅଟୁ ଅଖିଳ ସମ୍ପତ୍ତି ll (3)

   ମଧୁର ଅଧରୁ ମଧୁ ବେଣୁ ଗୀତ

           ମଧୁର ତୋ ଗଡ଼ଖାଲି l

   ନବନୀତ ବୋଳା ତୋ ମୁଖ ସୁନ୍ଦର

          ମଧୁର ଯଶୋଦା ଗାଳି ll

   ମଧୁର କପୋଳେ ଗୋରଚନା ଟୀକା

         ଶୋହେ ମନୋହର ଅତି l

   ମଧୁରାଧିପତି ସୁନ୍ଦର ତୋ ସୃଷ୍ଟି

          ଅଟୁ ଅଖିଳ ସମ୍ପତ୍ତି ll (4)

   ମଧୁର କରଣୀ ମଧୁର ତରଣୀ

         ମଧୁରେ ଚରୁ ସଂସାର l

   ମଧୁରେ ହରଣ ସବୁରି କଳୁଷ

         ସ୍ମରଣ ତୋର ମଧୁର ll

    ମଧୁରେ ତାରୁ ତୁ ଭଵ କର୍ଣ୍ଣଧାର

          ମଧୁରେ ଭଵ ବିପତ୍ତି l

    ମଧୁରାଧିପତି ସୁନ୍ଦର ତୋ ସୃଷ୍ଟି

         ଅଟୁ ଅଖିଳ ସମ୍ପତ୍ତି ll (5)

    ମଧୁର ତୋ କଣ୍ଠେ ଗୁଞ୍ଜରା ମାଳାଟି

          ମଧୁର ଯମୁନା ଘାଟ l

    ଯମୁନା ଜଳରେ କୁମୁଦ ମଧୁର

         ଯଗିଛୁ ଗୋପୀଙ୍କ ବାଟ ll

    ମଧୁରେ ଯମୁନା ଚାହିଁ ରହିଅଛି

         କାଳ ତ ଯାଉଛି ବିତି l

    ମଧୁରାଧିପତି ସୁନ୍ଦର ତୋ ସୃଷ୍ଟି

         ଅଟୁ ଅଖିଳ ସମ୍ପତ୍ତି ll (6)

    ମଧୁର ତୋହର ବ୍ରଜବାଳି ବୃନ୍ଦ

          ମଧୁର ତୋ ରାସ କେଳି l

    ମଧୁ ପାୟୀ ତୁହି ଗୋପିକା ମୟୁଖେ

            ମଧୁର ବିରୁଦାବଳି ll

     ମଧୁର ତୋହର ନୟନ କଟାକ୍ଷ

           ମଧୁର ତୋ ବୃନ୍ଦ ଗତି l

     ମଧୁରାଧିପତି ସୁନ୍ଦର ତୋ ସୃଷ୍ଟି

          ଅଟୁ ଅଖିଳ ସମ୍ପତ୍ତି ll (7)

     ମଧୁର ତୋହର ଗୋପ ବୃନ୍ଦାବନ

             ମଧୁର ହାତେ ଲଉଡ଼ି l

     ମଧୁରେ ବତ୍ସlଙ୍କୁ ସଖାଙ୍କ ଗହଣେ

            ମଧୁରେ ନେଉ ତୁ ତଡ଼ି ll

     ମଧୁର ତୋହର ମଧୁ ମୟ ଲୀଳା

            ମଧୁରେ ଦଳୁ ଦୁଃସ୍କୃତି ll

      ମଧୁରାଧିପତି ସୁନ୍ଦର ତୋ ସୃଷ୍ଟି

            ଅଟୁ ଅଖିଳ ସମ୍ପତ୍ତି ll (8)

                  

ଦ୍ରଷ୍ଟବ୍ୟ - ଶ୍ରୀବଲ୍ଲଭାଚାର୍ଯ୍ୟକୃତ ମଧୁରାଷ୍ଟକଂର

           ଓଡ଼ିଆ ଭାବାନୁବାଦ l


Rate this content
Log in

Similar oriya poem from Classics