STORYMIRROR

Hrushikesh Satpathy

Classics

3  

Hrushikesh Satpathy

Classics

ପରଶ ମଣି

ପରଶ ମଣି

1 min
456

ଭଲ ପାଇବାର ବର୍ଣ୍ଣମାଳାକୁ ମୋ'

     ଦୁର୍ବଳତା ବୋଲି

   କେମିତି ଭାବିଲ ତୁମେ


କେମିତି କଳ୍ପିଲ ପଳାଶ ପାଖୁଡା

      ସ୍ନେହର ବନ୍ଧନ

   ତୁଚ୍ଛ କରି ମନେ ମନେ


ମୋ' ଶବ୍ଦରେ ଥିଲା ଗଳ୍ପ ପରିଭାଷା

      ଅଳ୍ପ ଅଭିମାନୀ

     ସୂକ୍ଷ୍ମ ଦୂବଗୁଳ୍ମ ପରି


ନିବନ୍ଧ ଭାବିଲ    ନିଷ୍ଠୁର ଶବ୍ଦର

     ବିସ୍ତୀର୍ଣ୍ଣ ପ୍ରୟୋଗେ

    ସଂକୀର୍ଣ୍ଣ ସମୀକ୍ଷା କରି


କିଛିଟା ଶବ୍ଦର  ସ୍ନେହ ସମ୍ଭାରରେ

      ଭାବିଥିଲି ତୁମ

    ଅଭାବରେ ଭାବ ହେବି


ଭାବନା ସବୁକୁ   ମାଳ ମାଳ ଗୁନ୍ଥି

       ତୁମରି ସ୍ବପ୍ନକୁ

    କବିତାର ରୂପ ଦେବି


କାବ୍ୟ ସମ୍ଭାରର କଳ୍ପନା ପୃଷ୍ଠାରେ

      ମନ ଆଇନାର

     ମୁଗ୍ଧ ଲବ୍ଧ ପ୍ରତିବିମ୍ବ


ତୁମ ହୃଦୟର  ପ୍ରତିଧ୍ୱନି ହୋଇ

    ମୋ' କବିତା କୋଳେ

    ସୁର ଝଙ୍କାର ତୋଳିବ


ସେ ସୁର ଝଙ୍କାର ମାନବବାଦର

      ଆବାହନୀ ମନ୍ତ୍ର

    ଭିନ୍ନ ଏକ କାବ୍ୟତୀର୍ଥ


ତୁମ କଳ୍ପନାରେ ମୋ' ଭାଷାର ସୁରେ

      ଆମ ସ୍ବପ୍ନ ନେଇ

    ହେବ ସମୃଦ୍ଧ ସଂସ୍କୃତ


କାବ୍ୟ କନ୍ୟା ତୁମେ କାବ୍ୟରେ କାବ୍ୟରେ

       ତୁମ ଆଦର୍ଶର

     କରିନେବ ଶିଳାନ୍ୟାସ


କୋଣାର୍କର ଶିଳା ଜୀବନ୍ୟାସ ପାଇ

      ରଙ୍ଗ ଭରିଦେବେ

    ସଜେଇ ଶବ୍ଦ ବିନ୍ୟାସ


ହେ ଶବ୍ଦ ଝଙ୍କାର କାବ୍ୟତୀର୍ଥ ମୋର

      ମୋ' କବିତା କଳ୍ପ

     ଅଭିମାନୀ ସ୍ୱାଭିମାନୀ


ଭାଙ୍ଗିବିନି କେବେ ସ୍ୱାଭିମାନ ତା'ର

     ଶତାବ୍ଦୀ ସ୍ରୋତରେ

    ସେ ମୋର ପରଶ ମଣି


ପରଶ ମଣିର   ପ୍ରୀତି ପରଶରେ

      ଯୁଗ ଯୁଗାନ୍ତର

    କବିତା ରଚି ଚାଲିବି


ସେଇ କବିତାର ବକୁଳ ଛାଇରେ

     କାଦମ୍ବରୀ କୋଳେ

    ନିଜକୁ ହଜେଇ ଦେବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics