ରାତିର କାହାଣୀ
ରାତିର କାହାଣୀ
ରାତିର କାହାଣୀ ପଚାର ତାକୁ
ନିଶାର୍ଦ୍ଧ ରଜନୀର କୋଳେ ଯେ
ଶୋଇ ଯାଇଛି କେ ଖାଲି ଭୋକିଲା ଉଦରେ
ପେଟର ସେ କଁ କଁ ଶଦ୍ଦରେ
ମନର କୋଣ ଅନୁକୋଣ ହୋଇଯାଏ ଉଦବେଳିତ
କାହିଁ କେବେ ସିନ୍ଦୁରା ଫାଟିବ ଆଉ ସେ
ଯିବ ଖଣ୍ଢେ ଶୁଖିଲା ରୁଟିର ସନ୍ଧାନରେ
ରାତିର କାହାଣୀ ପଚାର ଥରେ
ଯେ ଅବିରତ ଚିର ପ୍ରହରୀ ସାଜିଛି
ଦେଶ ମାତୃକାର ସେବାରେ ନିୟୋଜିତ ଅଛି
ଗୋଳା ବାରୁଦକୁ ନିଜର କରି
ଶୋଇ ପାରୁଛି କି ଅଚିନ୍ତା ନିଦ୍ରାରେ
ରାତିର କାହାଣୀ ପଚାର ସେ
ଶୁଣିବ କେବେ ସେ ବିରହିଣୀ ମନକୁ
ଜହ୍ନର ଜୋଛନାରେ ଓଦା ହୋଇ
ଅପେକ୍ଷାଚିତ୍ତ ମନ ନେଇ
ଅପେକ୍ଷା କରିଛି ସେ
ସେଇ ମଧୁଝରା ରାତିକୁ
ଆଉ ମନେ ପକାଉଛି ଅତୀତର
କିଛି ଅଭୂଲା ସ୍ମୃତିକୁ
ରାତିର କାହାଣୀ ପଚାର ତାକୁ
ଯିଏ ହରାଇଛି ବାସ ତାର
ପ୍ରକୃତିର କରାଳ ତାଣ୍ଡବରେ
ବୋଝ ଉପରେ ଲଳିତା ବିଡା ତା
ଜୀବନ ସାଜିଛି ଏ ଧାରା ଶ୍ରାବଣର
ଢୁ ଢୁ ବର୍ଷାରେ
ରାତିର କାହାଣୀ ପଚାର ତାକୁ
ଲେଖନୀକୁ ନେଇ ଯେ ଦେଖିଛି ସ୍ୱପ୍ନ
ଆଙ୍କି ଚାଲିଛି ଅନେକ ଭାବ ପ୍ରବଣତା
ଆଉ ଅଭିମାନର ଗାଥା ଆଉ
କେବେ ପ୍ରେମର ଆଲୋଡ଼ନ
ଏଇ ରାତିର ନୀରବତା ଭିତରେ
ନିସ୍ତବ୍ଧ ରାତିର ପହର ବଢି ଚାଲିଛି
ଆଉ ତାର ଲେଖନୀର ବେଗ ବି ଚାଲିଛି
ଅବିରାମ ଗତିରେ