STORYMIRROR

Tapaswini DashSarangi

Classics

3  

Tapaswini DashSarangi

Classics

ରାତିର କାହାଣୀ

ରାତିର କାହାଣୀ

1 min
335

ରାତିର କାହାଣୀ ପଚାର ତାକୁ

ନିଶାର୍ଦ୍ଧ ରଜନୀର କୋଳେ ଯେ

ଶୋଇ ଯାଇଛି କେ ଖାଲି ଭୋକିଲା ଉଦରେ

ପେଟର ସେ କଁ କଁ ଶଦ୍ଦରେ 

ମନର କୋଣ ଅନୁକୋଣ ହୋଇଯାଏ ଉଦବେଳିତ

କାହିଁ କେବେ ସିନ୍ଦୁରା ଫାଟିବ ଆଉ ସେ 

ଯିବ ଖଣ୍ଢେ ଶୁଖିଲା ରୁଟିର ସନ୍ଧାନରେ


ରାତିର କାହାଣୀ ପଚାର ଥରେ

ଯେ ଅବିରତ ଚିର ପ୍ରହରୀ ସାଜିଛି

ଦେଶ ମାତୃକାର ସେବାରେ ନିୟୋଜିତ ଅଛି

ଗୋଳା ବାରୁଦକୁ ନିଜର କରି

ଶୋଇ ପାରୁଛି କି ଅଚିନ୍ତା ନିଦ୍ରାରେ


ରାତିର କାହାଣୀ ପଚାର ସେ 

ଶୁଣିବ କେବେ ସେ ବିରହିଣୀ ମନକୁ

ଜହ୍ନର ଜୋଛନାରେ ଓଦା ହୋଇ

ଅପେକ୍ଷାଚିତ୍ତ ମନ ନେଇ 

ଅପେକ୍ଷା କରିଛି ସେ

ସେଇ ମଧୁଝରା ରାତିକୁ

ଆଉ ମନେ ପକାଉଛି ଅତୀତର

କିଛି ଅଭୂଲା ସ୍ମୃତିକୁ


ରାତିର କାହାଣୀ ପଚାର ତାକୁ

ଯିଏ ହରାଇଛି ବାସ ତାର 

ପ୍ରକୃତିର କରାଳ ତାଣ୍ଡବରେ

ବୋଝ ଉପରେ ଲଳିତା ବିଡା ତା 

ଜୀବନ ସାଜିଛି ଏ ଧାରା ଶ୍ରାବଣର

ଢୁ ଢୁ ବର୍ଷାରେ


ରାତିର କାହାଣୀ ପଚାର ତାକୁ

ଲେଖନୀକୁ ନେଇ ଯେ ଦେଖିଛି ସ୍ୱପ୍ନ

ଆଙ୍କି ଚାଲିଛି ଅନେକ ଭାବ ପ୍ରବଣତା

ଆଉ ଅଭିମାନର ଗାଥା ଆଉ

କେବେ ପ୍ରେମର ଆଲୋଡ଼ନ

ଏଇ ରାତିର ନୀରବତା ଭିତରେ

ନିସ୍ତବ୍ଧ ରାତିର ପହର ବଢି ଚାଲିଛି

ଆଉ ତାର ଲେଖନୀର ବେଗ ବି ଚାଲିଛି

ଅବିରାମ ଗତିରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics