STORYMIRROR

Arati Sahoo

Classics

3  

Arati Sahoo

Classics

ଆସ୍ଥା

ଆସ୍ଥା

1 min
506


ଜଣା ନ ଥିଲା ନିରବତାରେ ଥାଏ ଏତେ ଅର୍ଥ!

ଅକୁହା ଦୃଷ୍ଟିରେ ଥାଏ ଏତେ ସ୍ପନ୍ଦନ!

ବାଇଶି ପାହାଚ ଡେଇଁଲେ,

ଛାଏଁ ଛାଏଁ ଘଟିଯାଏ ସବୁ!

ସଳଖିଯାଏ ଜୀବନର ପ୍ରତିଟି

ଅଙ୍କାବଙ୍କା ରାସ୍ତା


ଅନ୍ତରର ଆତୁରତାରେ,

ଆବଶ୍ୟକ ପଡେ଼ନା ମଧ୍ୟ ନଡ଼ିଆ

ଅଭ୍ୟନ୍ତରରେ ଦିକ୍ ଦିକ୍ ଜଳୁଥିବା

ଆଶାର ସଳିତାକୁ ତେଜିବାକୁ ପଡେ଼ନା

ବଡ଼ଦାଣ୍ଡରେ ଆବଶ୍ୟକ ହୁଏନା

କାହାରି ସାହାରା


ଆପେଆପେ ଦେଖାଯାଏ ବାଟ

ଆଖିରେ ଆଖିରେ ହିଁ

ମିଳିଯାଏ କେତେ ଅନୁଭବ

ଦୁଃଖ ମାନେ ହଜିଯାଆନ୍ତି

ଶରଧା ବାଲିରେ

ଆଉ ମିଳିଯାଏ ମୋକ୍ଷ

ଯିବାକୁ ପଡେ଼ନା ବି

ସ୍ୱର୍ଗଦ୍ୱ।ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics