STORYMIRROR

Arati Sahoo

Abstract

3  

Arati Sahoo

Abstract

ଉଦ୍ଧବଙ୍କ ପ୍ରଶ୍ନ

ଉଦ୍ଧବଙ୍କ ପ୍ରଶ୍ନ

2 mins
322

ଉଦ୍ଧବ ପଚାରନ୍ତି କୃଷ୍ଣଙ୍କୁ ଚାହିଁ

ଉତ୍ତମ ବନ୍ଧୁ ବୋଲି କାହାରେ କହି

କୃଷ୍ଣ ଉତ୍ତର ଦ୍ୟନ୍ତି ଶୁଣ ଉଦ୍ଧବ

ବନ୍ଧୁ ଡାକିଣ ଦେଲେ ଧାଇଁ ଆସିବ

ପାପ ପୁଣ୍ୟ ବିଚାରି କଡେଇ ନେବ

ବନ୍ଧୁର ଅପକର୍ମ ସଦା ଜଗିବ

ଉଦ୍ଧବ ତହୁଁ କୃଷ୍ଣେ ବଢ଼ି କହିଲା

ଉତ୍ତମ ବନ୍ଧୁ ତୁମେ ନୁହଁ ବୋଇଲା

ଯୁଧିଷ୍ଠିରଙ୍କ ବନ୍ଧୁ ଥିଲ ତ ତୁମେ

ପଶା ଖେଳେ ମାତିଲେ କିଆଁ ଅଧମେ

ଓହରାଇଲ ନାହିଁ ତାଙ୍କୁ ସେଥିରୁ

ଦୁର୍ଭାଗ୍ୟେ ଭାଗି ହେଲ ହେ ମହାପୁରୁ

ଖେଳରେ ଫନ୍ଦି କଲା ଯେବେ ଶକୁନି

ଚେତେଇଲନି ତାର କପଟ ଜାଣି

କପଟ ପଶା ତାର ଖେଳ ଖେଳିଲା

ତୁମ୍ବର ଚମତ୍କାର କିଛି ନ କଲା

ଦ୍ରୌପଦୀଙ୍କ ବସନ ଫେଡିଲା ବେଳେ

କିମ୍ପା ନ ଆସିଲ ଯେ ତେହ୍ନେ ସହଳେ

ଲଜ୍ଜା ବାରଣ ହେଲା କହନ୍ତି ଲୋକେ

ଲଜ୍ଜା ବାରଣ ହେଲା କହ କି ରୂପେ

କେଶରେ ହସ୍ତ ଦେଲା ସେ ଦୁଃଶାସନ

ଧଇଲା ଆବର ତା ଅଙ୍ଗକୁ ପୁଣ

ଜନ ବହୁଳ ସଭା ମଧ୍ୟକୁ ଆଣି

ଅପମାନିତ କଲା ଆକର୍ଷୀ କାନି

ଏତେ କଷଣ ତୁମେ ଦେଖିଲ ପ୍ରଭୁ

ଚାହିଁଲେ ରହିଥାନ୍ତା ଅଟକି ସବୁ

ରଙ୍ଗ ଅଧରେ କୃଷ୍ଣ ହସି କହିଲେ

ମୁଁ ଯିବି କିଆଁ ମୋତେ କେ ନ ଡାକିଲେ

ଦୁର୍ଭାଗ୍ୟ ଆବାହନ କଲା ପାଣ୍ଡବେ

ବାରଣ ଥିଲା ମୋତେ ଯିବାକୁ ଲବେ

ଯୁଜେଷ୍ଟି ମନା କଲା ସଭା ମଧ୍ୟକୁ

ମୁଁ ତେଣୁ ରହିଥିଲି ଦ୍ଵାର ଦେଶକୁ

ଡାକି ଦେଲେ ମୁଁ ଧାଇଁ ଯାଆନ୍ତି

କପଟ ପଶା ବୋଲି ତାରେ କହନ୍ତି

ଦୁର୍ଯ୍ୟୋଧନ ପଟରୁ ଖେଳେ ଶକୁନି

ସେ ଜାଣି ଥିଲା ତାର ମାମୁଁ ତ ଗୁଣୀ

ମୁଁ ଯଦି ଖେଳିଥାନ୍ତି ତାହା ସଙ୍ଗତେ

ପାଣ୍ଡବେ ଅବଶ୍ୟ ଯେ ଜିଣି ଥାଆନ୍

ସ୍ମରିଲେ ନାହିଁ ମୋତେ ପାଣ୍ଡବେ ତିଳେ

ତେଣୁ ସେମାନେ ପରାଭବ ଲଭିଲେ

ମୋତେ ସ୍ମରିଲେ ନାହିଁ ସେ ଯାଜ୍ଞସେନୀ

ପତି ମାନଙ୍କୁ ସେ ତ ସ୍ମରିଲେ ଜାଣି

ସମ୍ପୂର୍ଣ୍ଣ ଅସହାୟା ଯେବେ ହୋଇଲେ

ରକ୍ଷା କର ହେ କୃଷ୍ଣ ବୋଲି କହିଲେ

ମୁଁ ତ୍ଵରିତରେ ତାଙ୍କ ଲଜ୍ଜା ବାରିଲି

ବନ୍ଧୁପଣ ମୋହର ଦର୍ଶାଇ ଦେଲି

ମୁଁ ସାକ୍ଷ ଦିଏ ମନୁଷ୍ୟର କର୍ମରେ

ସହାୟ ହୁଏ ଯେବେ ମୋତେ ସୁମରେ

ଉଦ୍ଧବ ଉତ୍ତରରେ ତୁଷ୍ଟ ହୋଇଲା

ଜୟ ଶ୍ରୀକୃଷ୍ଣ ବୋଲି ହାତ ଟେକିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract