STORYMIRROR

Arati Sahoo

Others

3  

Arati Sahoo

Others

ଝିଅ ବିଦା

ଝିଅ ବିଦା

1 min
606


ସମୟ ତୁ ଦଣ୍ଡେ ଅଟକି ଯା,

ଝିଅ ମୋର କାନ୍ଦୁଛି ବିକଳେ।

ଆଖିରୁ ଝରୁଛି ତା ଶ୍ରାବଣ ବାରୀ,

ଧନ ମୋର ଯାଉଛି ତା ଶାଶୁଘରେ।


ଦୁବ ଛାଟ ସତେ ଦିନେ ଦେଇନି

ମୋର ନିରିମାଖି ଝିଅର ସୁନା ଦେହେ।

ବିରହ ବେଦନା ମୁଁ ସହି ନପାରେ

ମୋର ଆଖିରୁ କ୍ଷଣେ ସେ ଅନ୍ତର ହେଲେ।

ମୋର ଅଲିଅଳି ମୋର ରଙ୍କ ରତନ,

କେମିତି ମୁରୁଛିବି ତୁ ବିଦା ହେଲେ।

ସମୟ ତୁ ଦଣ୍ଡେ.........


କେତେ ସରାଗେ ବଢ଼ାଇ ଅଛନ୍ତି ତୋତେ

ଚାରି ଚାରିଟା ପରା ବଡ଼ ବାପା ତୋର।

ବଡ଼ ମାଆ ମାନଙ୍କର ଥିଲୁ ଗଳାର ହାର

ମାଛି ବସାଇ ନ ଦେଲେ ଦେହରେ ତୋର।

ସେହି ଅଗ୍ରଜଙ୍କୁ ମୋର କୋଟି ଜୁହାର,

ଧନ୍ୟ ଧନ୍ୟ ରେ ମୋର ସହୋଦରେ।

ସମୟ ତୁ ଦଣ୍ଡେ.........


ଭୟ କାହିଁକି କରୁଛୁ ଲୋ ମୋ ଧନ

ସ୍ୱୟଂ ଶ୍ରୀକୃଷ୍ଣ ତୋହର ଶ୍ୱଶୁର।

ଠାକୁରେ ରହିବେ ତୋ ଚଉ ବାହାକୁ

ସ୍ୱାମୀ ସତ୍ୟ ନାରାୟଣ ତୋହର।

ଘର ଅଗଣାରେ ତୋର ବାସ ଚହଟୁ,

ଏରୁଣ୍ଡି ବନ୍ଧରେ ତୁ ପାଦ ଦେଲେ।

ସମୟ ତୁ ଦଣ୍ଡେ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍