STORYMIRROR

Arati Sahoo

Others

3  

Arati Sahoo

Others

ବର୍ଣ୍ଣବୋଧ

ବର୍ଣ୍ଣବୋଧ

1 min
480


ମୋର ପ୍ରଥମ ବହି

ବର୍ଣ୍ଣବୋଧ


ବୋଧିବୃକ୍ଷ ବୀଜ ବୁଣିଥିଲି

ଆଜି କଲି ମୁଁ କି ଅପରାଧ।

ଅଜ୍ଞାନୀଙ୍କ ମେଳେ ରୁନ୍ଧିହୁଏ ଆଜି

ମୁଁ ପରା ତୁମରି ବର୍ଣ୍ଣବୋଧ।

ଜ୍ଞନାଞ୍ଜନ ଦେଲି ସଳିତା ସାଜି ମୁଁ

ଖୋଲିଥିଲି ପଥ ଅବରୋଧ।

ମା ମାଟି ସାଥେ ମୋତେ ପାଶୋରିଲ

ମୁଁ ତୁମ ପ୍ରଥମ ବର୍ଣ୍ଣବୋଧ।

ମଧୁବାବୁଙ୍କର ଅକ୍ଷୟ କୃତି ମୁଁ

ସନ୍ତାନେ ତୁମର ନାହିଁ ବୋଧ।

ବାଇଗଣ ମାନେ ବ୍ରିଞ୍ଜଲ୍ ବୁଝନ୍ତି

ପର ହେଲି ମୁହିଁ ବର୍ଣ୍ଣବୋଧ।

ଅ ରେ ଅରଟ ଆ ରେ ଆଈ

ଈ ରେ ଈଷ ଓ ରେ ଓଧ।

ଅରଟ ଈଷ ତ ନିଶ୍ଚିହ୍ନ ହେଲେଣି

ଚିହ୍ନିବ କିଏ ମୁଁ ବର୍ଣ୍ଣବୋଧ।

ପରଜାପତିଟି ତରକି ଯାଉନି

ମେଣ୍ଢା ମୁଣ୍ଡ ଆଉ ନାହିଁ ଟାଣ।

ବା ବା ବ୍ଲାକ ଶୀପ ହେଲା ଆଜି

ପଢ଼ିବ କିଏ ସେ ବର୍ଣ୍ଣବୋଧ।

ତୁ ତୁ ବୋଲି ଡାକିଦେଲେ ଥରେ

କୁକୁର ମୋ ଆସୁଥିଲା ଧାଇଁ।

ଡବର୍ ମେନ ଡଗି ଜମା ଆସିବନି

ଶିଖାଇଲା ଯାହା ବର୍ଣ୍ଣବୋଧ।

ସକାଳେ ରାତିରେ ୱ୍ଇଶ୍ କରିଦେବା

ଏତିକି ଆଜିର ଦାୟିତ୍ୱ ବୋଧ।

ପିତାମାତା ସର୍ବଶ୍ରେଷ୍ଠ ଦେବ ଦେବୀ

କହିଥିଲା ପରା ବର୍ଣ୍ଣବୋଧ।

ଜ୍ଞାନର ଭଣ୍ଡାର ଶବ୍ଦର ଆଗାର

ଶିକ୍ଷାର ଏହା ଅକ୍ଷୟ ପାତ୍ର।

ଜାଗ ଜାଗ ଆରେ ଉତ୍କଳ ସନ୍ତାନ

ଲେଉଟାଇ ଆଣ ବର୍ଣ୍ଣବୋଧ।


ଆରତୀ ସାହୁ

ବସନ୍ତ ବିହାର, ନୂଆଦିଲ୍ଲୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍